ନୂଆଦିଲ୍ଲୀ: ମଙ୍ଗଳବାର ରାତି ଗୋଟେ 5। ନିଦରେ ଶୋଇଥିଲା ପାକିସ୍ତାନ୍। ୯ ଆତଙ୍କୀ ଆଡ୍ଡାରେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକ୍ । ପିଓକେରେ ପଶି ପାକିସ୍ତାନ ଛାତିରେ କଲା ପ୍ରଚଣ୍ଡ ମିଶାଇଲ ମାଡ। ଶତାଧିକ ଆତଙ୍କୀ ନିପାତ। ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣର ଭାରତ ନେଇଛି ପ୍ରତିଶୋଧ। ଭାରତ ଯେଉଁ ଠିକଣା ଉପରେ ହମଲା କରିଛି, ସେଥିରେ ମୁରୀଦକେରେ ହାଫିଜ୍ ସଇଦ ଓ ବହାଭଲପୁରରେ ମୌଲାନା ମସୁଦ୍ ଅଜହର ଠିକଣା ବି ସାମିଲ୍। ଏବେ ପ୍ରଶ୍ନ ଉଠୁଛି ଭାରତୀୟ ସେନାର ଅପରେସନ ସିନ୍ଦୂରର ଜବରଦସ୍ତ ସଫଳତା ପରେ କୁଆଡ଼େ ଗଲେ ଦୁଇ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ୍ ଓ ମୌଲାନା ମାସୁଦ ଆଝାର। ସଫା ହୋଇଗଲେ ନା ଲୁଚିଛନ୍ତି ? କାହିଁକିନା ଏମାନଙ୍କର ଦୁଇ ଦିନ ହେଲା ପତ୍ତା ନାହିଁ। ତେଣୁ ସେମାନେ ନିପାତ ହୋଇଛନ୍ତି ନା ପାକିସ୍ତାନ ସେନା ଉଭୟଙ୍କୁ ଗୁପ୍ତରେ ଲୁଚାଇ ରଖିଛନ୍ତି। ସେମାନଙ୍କୁ ଖୋଜୁଛି ଭାରତ।
ଅନ୍ୟପଟେ 6 ତାରିଖ ମଙ୍ଗଳବାର ଆକ୍ରମଣ ପରେ କିଛି ନିହତ ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଉଥିବାର ଫୋଟୋ ଭାଇରାଲ୍ ହେଉଛି। ସେଥିରୁ କିଛି ବଡ଼ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଥିବା ଅନୁମାନ କରାଯାଉଛି। ଆଉ କିଛି ଦୃଶ୍ୟ ବା ପ୍ରମାଣ ସନ୍ଦେହ ବଢ଼ାଇଦେଇଛି। କଥା ହେଉଛି ଆତଙ୍କୀଙ୍କୁ ଚଢ଼ା ଯାଇଥିବା ଫୁଲ ମଧ୍ୟରେ ଗୋଟିକ ଉପରେ COAS ଅର୍ଥ ଚିଫ୍ ଅଫ୍ ଆର୍ମୀ ଷ୍ଟାଫ୍। ଅନ୍ୟ ଏକ ଫୁଲ ତୋଡ଼ାରେ ଲେଖାଥିଲା ରାଷ୍ଟ୍ରପତି। ଏହା ବ୍ୟତୀତ ଆଉ ଏକ ପ୍ରମାଣ ହେଉଛି ଏକ କବର ସାମ୍ନାରେ ଲସ୍କର କମାଣ୍ଡର ହାଫିଜ୍ ଅବଦୁଲ୍ ରଉଫ୍ ନିଜେ ପଢ଼ିଛନ୍ତି ନମାଜ। ଏହି ତିନୋଟି ପ୍ରମାଣ ଦେଖିଲେ ପ୍ରଶ୍ନ ଉଠୁଛି ହାଫିଜ୍ ସଇଦ୍ ନା ଅଜହର ମସୁଜର ମୃତ୍ୟୁ ହୋଇଛି ନା ଏସବୁ ଆଉ କାହା ପାଇଁ। ପାକିସ୍ତାନର ପଞ୍ଜାବ ପ୍ରୋଭିଏନ୍ସରେ ଥବା ମୁରିଦକେ ଓ ବାହାୱଲପୁର ଆତଙ୍କୀ ଆଡ୍ଡାକୁ ଅପରେସନ ସିନ୍ଦୂରରେ ଧ୍ୱସ୍ତ କରିଥିଲା ଭାରତ। ଏହି ଆକ୍ରମଣରେ ଉଭୟ ଆତଙ୍କୀ ସଫା ହୋଇଗଲେ ନାଁ କେଉଁଠି ଲୁଚିଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାର ମୃତ୍ୟୁ ହୋଇଛି । ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଏହି ଆକ୍ରମଣରେ ମାସୁଦ ଆଝାରର ୧୦ ପରିବାର ସଦସ୍ୟ ନିହତ ହୋଇଥିଲେ । ।