ବିଜେପିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାଶ, କହିଲେ- ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାର ଠାରୁ ଦୂରେଇ ଯାଇଛି ଦଳ

NEWS7
where-is-masood-azhar-hafiz

ଭୁବନେଶ୍ବର ୧୩।୩: ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ ଦାସ । ପୂର୍ବତନ ବାଲେଶ୍ବର ବିଧାୟକ ଜୀବନ ପ୍ରଦୀପ ଦାଶ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ତେବେ ସେ କହିଛନ୍ତି,ଭାଜପା ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ।ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଭାଜପାରେ କିପରି ସାମିଲ କରାଗଲା । କ୍ଷମତାର ମୋହରେ ଅନ୍ଧ ହୋଇ ରାଜ୍ୟ ନେତୃବୃନ୍ଦ ନୈତିକତା ହରାଇଛନ୍ତି । ୨୦୨୪ରେ କ୍ଷମତାକୁ ଆସିବା ପରେ ଭାଜପାର ନୈତିକ ପତ୍ତନ ହୋଇଛି । ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି ବୋଲି ସେ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମାଡ଼ି ଆସୁଛି କି ବିପତ୍ତି ! ଏ କି ପ୍ରକାର ସଙ୍କେତ ଦେଉଛନ୍ତି ମହାପ୍ରଭୁ ?

ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିଲେ ଜୀବନ ପ୍ରଦୀପ । ପୁଣି ବିଜେଡି ଛାଡି ଘର ବାହୁଡ଼ା ହୋଇଥିଲେ । ଏବେ ପୁଣି ବିଜେପିରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ । ତେବେ ରବୀନ୍ଦ୍ର ଜେନା ଦଳରେ ମିଶିବା ପରେ ସେ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ସେ ବିଜେପି ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଏ ଖବର ବି ପଢ଼ନ୍ତୁ:- ଭାଇ ଭାଗ ଛିଣ୍ଡିଲାନି : ବଡ଼ ଭାଇ ସହ ମା’ଙ୍କୁ ମାରିଦେଲା ଅଭିଯୁକ୍ତ ସାନ ଭାଇ

ଉଲ୍ଲେଖଯୋଗ୍ୟ ଯେ,ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲେ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଜୀବନ ପ୍ରଦୀପ ଦାଶ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ । ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଜେଡି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।୨୦୨୧ରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ଫେରିଥିଲେ ।