ସ୍ୱାମୀ ଧୋକା ଦେବାରୁ ଖୁବ୍ ଭାଙ୍ଗି ପଡ଼ିଥିଲେ ଅଭିନେତ୍ରୀ , କହିଲେ - ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର କରିଥିଲି

Published By : Prameya-News7 Bureau | July 31, 2025 IST

ମୁମ୍ୱାଇ : ୬୦-୭୦ ଦଶକରେ ହିନ୍ଦୀ ସିନେମାରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଥିଲେ, ଯିଏକି ନିଜର ଆକ୍ଟିଂରେ ଲୋକଙ୍କ ହୃଦୟ ଜିତି ନେଇଥିଲେ। ଏଥିରେ ଜଣେ ଅଭିନେତ୍ରୀ ଏମିତି ଥିଲେ, ଯିଏ ସେହି ସମୟରେ ନିଜର କ୍ୟାରିୟରର ପିକ୍‌ରେ ଥିଲେ ଏବଂ ସମସ୍ତଙ୍କ ଠାରୁ ହାଇଏଷ୍ଟ ପେଡ୍ ମଧ୍ୟ ଥିଲେ। କିନ୍ତୁ ଏହା ସତ୍ତ୍ୱେ ଏହି ସୁନ୍ଦରୀ ଅଭିନେତ୍ରୀ ବିଦେଶରେ ଯାଇ ରହିଥିଲେ ଏବଂ ଆକ୍ଟିଂରୁ ଦୂରେଇ ଯାଇ ଥିଲେ। କିନ୍ତୁ ଅଭିନେତ୍ରୀଙ୍କୁ ଝଟକା ସେତେବେଳେ ଲାଗିଲା, ଯେତେବେଳେ ତାଙ୍କର ସ୍ୱାମୀ ବିବାହରେ ଧୋକା ଦେଇଥିଲେ।

ଆମେ ଆଲୋଚନା କରୁଛେ, ଆପକି କସମ, ସଚ୍ଚା ଝୁଠା , ପ୍ରେମ୍‌ କହାନୀ , ବନ୍ଧନ ଓ ରୋଟି ଆଦି ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ମୁମତାଜଙ୍କ ବିଷୟରେ। ସେ ଆଜି ୩୧ ଜୁଲାଇରେ ନିଜର ୭୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ରାଜେଶ ଖାନ୍ନା , ଶମ୍ମି କାପୁର , ଧର୍ମେନ୍ଦ୍ର ଓ ଦିଲୀପ କୁମାରଙ୍କ ସହ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଥିଲେ। କ୍ୟାରିୟରର ପିକ୍‌ରେ ଥିବା ବେଳେ ସେ ବ୍ୟବସାୟୀ ମୟୁର ମାଧବାନୀଙ୍କ ସହ ୧୯୭୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଆକ୍ଟିଂକୁ କରିଥିଲେ ବାଏ ବାଏ। କିନ୍ତୁ ଏହାପରେ ତାଙ୍କୁ ବହୁତ କିଛି ସହ୍ୟ କରିବାକୁ ପଡ଼ିଥିଲା। ଅଭିନେତ୍ରୀଙ୍କ ସ୍ୱାମୀଙ୍କର ବିଦେଶରେ ଆଉ କାହା ସହ ଆଫେୟର ହୋଇଯାଇ ଥିଲା। ଏହା ଜାଣିବା ପରେ ସେ ବହୁତ ଦୁଃଖ ଅନୁଭବ କରିଥିଲେ। ବଡ଼ ଆଘାତ ପାଇଥିଲେ। ପୁଣି ଭାରତ ଫେରି ଆସିଲେ।

ସ୍ୱାମୀଙ୍କ ବିଶ୍ୱାସଘାତକ ପରେ ମମତାଜ ମଧ୍ୟ ଏକଷ୍ଟ୍ରା ମ୍ୟାରିଟାଲ ଆଫେୟରରେ ରହିଥିଲେ। ଏକ ପୁରୁଣା ସାକ୍ଷାତକାରରେ ଏହି ସୁନ୍ଦରୀ ଅଭିନେତ୍ରୀ ଏହି ବିଷୟରେ କହିଥିଲେ। ସେ କହିଥିଲେ – ପୁରୁଷଙ୍କ ପାଇଁ ଆଫେୟର କରିବା ବହୁତ ସହଜ। ହେଲେ ମୋ ସ୍ୱାମୀଙ୍କର ଗୋଟିଏ ହିଁ ଆଫେୟାର ଥିଲା। ମୁଁ କିଛି ମାତ୍ରାରେ ରୁବାବୱାଲି ଥିଲି। ମୋତେ ବହୁତ ଦୁଃଖ ଲାଗି ଥିଲା। ଏଥିପାଇଁ ମୁଁ ଭାରତ ଚାଲି ଆସିଛି।

ଅଭିନେତ୍ରୀ ଆହୁରି କହିଛନ୍ତି - ମୁଁ ଏକୁଟିଆ ଅନୁଭବ କରୁଥିଲି। ଯେତେବେଳେ ଆପଣଙ୍କ ପାଖରେ କଣ୍ଟା ଥିବ ଏବଂ କେହି ଗୋଲାପ ନେଇ ଆସେ ତ ଆପଣ ମଧ୍ୟ ତାଙ୍କୁ ମନା କରି ପାରିବେ ନାହିଁ। କିନ୍ତୁ ଏମିତି କିଛି ସିରିୟସ ନଥିଲା। ତାହା କେବଳ ଏକ ଟେମ୍ପରାରୀ ଫେଜ୍‌ ଥିଲା, ଯାହା ଖୁବ୍‌ ଶୀଘ୍ର ଶେଷ ହୋଇ ଯାଇ ଥିଲା। ମୁଁ ସୌଭାଗ୍ୟ ଯେ , ମୋର ସ୍ୱାମୀ ଏବେ ବି ମୋତେ ବହୁତ ଭଲ ପାଆନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.