ନୂଆଦିଲ୍ଲୀ: ଭାରତ ଚୀନ୍ ଏବଂ ଜାପାନରୁ ରିସୋର୍ସିନଲ୍ (Resorcinol) ଆମଦାନୀ ଉପରେ ଆଣ୍ଟି-ଡମ୍ପିଂ ତଦନ୍ତ ଆରମ୍ଭ କରିଛି। ଏହା ଏକ ଅତ୍ୟାବଶ୍ୟକ ରାସାୟନିକ ପଦାର୍ଥ, ଯାହା ଟାୟାର, ରବର ସାମଗ୍ରୀ ଏବଂ ଶିଳ୍ପ ପ୍ରୟୋଗରେ ବ୍ୟବହୃତ ହୋଇଥାଏ। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅଭିଯୋଗ ହୋଇଛି ଯେ ଏଗୁଡ଼ିକ କମ ମୂଲ୍ୟରେ ଆସୁଥିବାରୁ ଏଥିରେ ଘରୋଇ ନିର୍ମାତାମାନଙ୍କୁ କ୍ଷତି ପହଞ୍ଚୁଛି। ତେଣୁ ଏହା ଉପରେ ରୋକ ଲଗାଇବା ଜରୁରୀ ଭାବି ସରକାର ଏହାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

ଅଭିଯୋଗ ପରେ ତଦନ୍ତ ଆରମ୍ଭଅତୁଲ ଲିମିଟେଡର ଅଭିଯୋଗ ପରେ ବାଣିଜ୍ୟ ପ୍ରତିଷେଧକ ମହାନିର୍ଦ୍ଦେଶାଳୟ (DGTR) ତଦନ୍ତ ଆରମ୍ଭ କରିଛି। କମ୍ପାନୀ ଅଭିଯୋଗ କରିଛି ଯେ ଏହି ରାସାୟନିକ ପଦାର୍ଥର ଆମଦାନୀ ଡମ୍ପିଂ ହେବା ଦ୍ୱାରା ଘରୋଇ ଶିଳ୍ପକୁ ବହୁତ କ୍ଷତି ହେଉଛି। ଏହି ଅଭିଯୋଗ ପାଇବା ପରେ ଡିଜିଟିଆର୍ ତଦନ୍ତ ନେଇ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି-

"ଆବେଦନକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସଠିକ ପ୍ରମାଣ ଏବଂ ସମ୍ପର୍କିତ ସାମଗ୍ରୀର ଡମ୍ପିଂ ସମ୍ପର୍କରେ ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରାରମ୍ଭିକ ପ୍ରମାଣରେ ସନ୍ତୁଷ୍ଟ ହେବା ପରେ... କର୍ତ୍ତୃପକ୍ଷ ଏକ ଆଣ୍ଟି-ଡମ୍ପିଂ ତଦନ୍ତ ଆରମ୍ଭ କରୁଛନ୍ତି।" ଏଥିରେ ଚୀନ୍ ଏବଂ ଜାପାନର ରିସୋର୍ସିନଲ୍ ଡମ୍ପିଂର ଘଟଣା, ଏହା କେତେ ପରିମାଣରେ ଆସୁଛି ଏବଂ ଏହାର ପ୍ରଭାବ ଯାଞ୍ଚ କରାଯିବ। ଯଦି DGTR ନିଷ୍କର୍ଷରେ ପହଞ୍ଚନ୍ତି ଯେ ଆମଦାନୀ ଘରୋଇ ଉତ୍ପାଦକମାନଙ୍କୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି, ତେବେ ଏହା ଡମ୍ପିଂ ବିରୋଧୀ ଶୁଳ୍କ ଲାଗୁ କରିବାକୁ ସୁପାରିଶ କରିପାରେ। ତେବେ ଏହା ଉପରେ ଶୁଳ୍କ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଉପରେ ନିର୍ଭର କରେ।କେଉଁଠି ବ୍ୟବହାର ହୁଏ ରିସୋର୍ସିନଲ୍

Also Read- Jio Platforms IPO: ରିଲାଏନ୍ସର ବଡ଼ ଘୋଷଣା, ଆସୁଛି ଜିଓ IPO, ୨୭ କୋଟି ନୂଆ ଶେୟାର ଜାରି କରିବ କମ୍ପାନୀ

ରେସୋର୍ସିନଲ (Resorcinol) ମୁଖ୍ୟତଃ ଟାୟାର ଏବଂ ରବର ସାମଗ୍ରୀ ପ୍ରସ୍ତୁତି ଏବଂ ରେଜିନ୍ ବଣ୍ଡିଂ କାର୍ଯ୍ୟରେ ଏକ ମଧ୍ୟବର୍ତ୍ତୀ ଉପାଦାନ (intermediate) ଭାବରେ ବ୍ୟବହୃତ ହୁଏ। ଏହା କିଛି ନିର୍ଦ୍ଦିଷ୍ଟ କାଠ ଯୋଡ଼େଇ ପାଇଁ ଅଠା ଭଳି ରୂପରେ ବ୍ୟବହାର କରାଯାଇଥାଏ। ରେଜିନ୍, ରଙ୍ଗ (dyes), ଔଷଧ ଏବଂ ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଏ।

ଆଣ୍ଟି-ଡମ୍ପିଂ ଯାଞ୍ଚ (Anti-dumping investigation) କାହିଁକି କରାଯାଏ?

ଆଣ୍ଟି-ଡମ୍ପିଂ ଯାଞ୍ଚ ଏହା ଜାଣିବା ପାଇଁ କରାଯାଏ ଯେ, ଶସ୍ତା ଆମଦାନୀରେ ହଠାତ୍ ବୃଦ୍ଧି ହେତୁ ଦେଶର ଘରୋଇ ଶିଳ୍ପ ଉପରେ କି ପ୍ରଭାବ ପଡ଼ିଛି। ଟ୍ରେଡ୍ ରେମେଡ଼ି (Trade remedy) ଭାବରେ, ଦେଶଗୁଡ଼ିକ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ର ନିୟମ ଅନୁଯାୟୀ ଆଣ୍ଟି-ଡମ୍ପିଂ ଶୁଳ୍କ (anti-dumping duty) ଲଗାଇ ପାରିବେ, ଯାହାଦ୍ୱାରା ନିରପେକ୍ଷ ପ୍ରତିଯୋଗିତା ସମ୍ଭବ ହେବ। ଏହା ସହିତ ଘରୋଇ ଉତ୍ପାଦନକାରୀଙ୍କୁ ସମାନ ସୁଯୋଗ ମିଳିପାରିବ।

ଭାରତ ପୂର୍ବରୁ ଚୀନ୍ ସମେତ ଅନେକ ଦେଶରୁ ଆସୁଥିବା ବିଭିନ୍ନ ପ୍ରକାରର ଉତ୍ପାଦ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିସାରିଛି। ଏହାର ଉଦ୍ଦେଶ୍ୟ ହେଉଛି ଅନୁଚିତ ମୂଲ୍ୟରେ ହେଉଥିବା ଆମଦାନୀର ମୁକାବିଲା କରିବା।