LIVE TV

ସାଉଦୀ ଆରବର ୭ ବିଲିୟନ ଡଲାରର ‘ଲ୍ୟାଣ୍ଡ ବ୍ରିଜ୍’ ଯୋଜନା , ଏହି ଡ୍ରିମ୍ ପ୍ରୋଜେକ୍ଟରେ ଦୁନିଆ ଆଶ୍ଚର୍ଯ୍ୟ

NEWS7
Saudi Arabia's Landbridge

ନୂଆଦିଲ୍ଲୀ : ସାଉଦୀ ଆରବ ଟଙ୍କା ଓ ପ୍ରଯୁକ୍ତିବିଦ୍ୟା ବଳରେ ଏକ ମହତ୍ୱାକାଂକ୍ଷୀ ହାଇ ସ୍ପିଡ୍‌ ରେଳ ପ୍ରୋଜେକ୍ଟ ଉପରେ କାମ କରୁଛି, ଯେଉଁଥି ପାଇଁ ସମଗ୍ର ଦୁନିଆର ନଜର ଏବେ ତା ଉପରେ। ଏହାକୁ ମହମ୍ମଦ ବିନ ସଲମାନଙ୍କ ‘ଭିଜନ ୨୦୩୦’ ର ଏକ ପ୍ରମୁଖ ଅଂଶ ଭାବେ କୁହାଯାଉଛି। ମିଡ଼ିଆ ରିପୋର୍ଟସରେ କୁହାଯାଉଛି ଯେ,ଏହି ପ୍ରୋଜେକ୍ଟ ଉପରେ ସାଉଦୀ ଆରବ ପାଖାପାଖି ୭ ବିଲିୟନ ଡଲାର ଅର୍ଥାତ୍‌ ୫୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଏହି ରେଳ ପ୍ରୋଜେକ୍ଟ ଆରବ ଉପଦ୍ୱୀପରେ ଯାତ୍ରା  ଓ ବାଣିଜ୍ୟକୁ ସଂପୂର୍ଣ୍ଣ ଭାବେ ପୁନଃଆକୃତି ଦେବ, ଲୋହିତ ସାଗରକୁ ଆରବ ଉପସାଗର ସହ ସଂଯୋଗ କରିବ।

ଏହା ୧୫୦୦ କିଲୋମିଟର ଲମ୍ୱର ଏହି ରେଳ ପ୍ରୋଜେକ୍ଟ, ଯାହା ଲୋହିତ ସାଗରର ଜେଦ୍ଦା ସହରକୁ ରାଜଧାନୀ ରିଆଦ ମଧ୍ୟ ଦେଇ ଆରବ ଉପସାଗର ସହର ଦମ୍ମାମ ସହ ସଂଯୋଗ କରିବ। ଏହା କ୍ରାଉନ ପ୍ରିନ୍ନ ମହମ୍ମଦ ବିନ ସଲମାନ (ଏମବିଏସ)ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଏବଂ ତାଙ୍କର ସାଉଦୀ ଭିଜନ ୨୦୩୦ର ମୂଳଦୁଆ। ଏହା ଆରବର ମରୁଭୂମିରେ ଏକ ଚମତ୍କାର କରିବା ଭଳି। ଏହାର ଉଦ୍ଦେଶ୍ୟ ପ୍ରମୁଖ ଜନସଂଖ୍ୟା କେନ୍ଦ୍ର ଗୁଡ଼ିକୁ ସଂଯୋଗ କରିବା ଏବଂ ଦେଶକୁ ଏକ ଗ୍ଲାବାଲ ଟ୍ରାନ୍ସପୋର୍ଟ ସିଷ୍ଟମ ଓ ଏହାର ହବ୍‌ କରିବାର ଅଛି।

ପ୍ରୋଜେକ୍ଟ ପୂରା ହେବା ପରେ ହାଇସ୍ପିଡ୍‌ ରେଳ ୧୨ ଘଣ୍ଟାର ଯାତ୍ରା ଚାରି ଘଣ୍ଟାରୁ ମଧ୍ୟ କମ୍‌ ସମୟରେ ସଂପୂର୍ଣ୍ଣ କରି ପାରିବ। ରେଳର ଗତି କାରଣରୁ ଏହି ପ୍ରୋଜେକ୍ଟକୁ ଲ୍ୟାଣ୍ଡ ବ୍ରିଜ୍ ନାମ ଦିଆ ଯାଇଛି। ଏହାର ସବୁଠୁ ଅଧିକ ଫାଇଦା ଯାତ୍ରୀ ଓ ମାଲ୍‌ ପରିବହନ ବ୍ୟବସ୍ଥାକୁ ହେବ। ଏହି ନେଟୱର୍କ ପ୍ରମୁଖ ଔଦ୍ୟୋଗିକ ସହର ଓ ବନ୍ଦକୁ ମଧ୍ୟ ଯୋଡ଼ିବ, ଯେଉଁଥିରେ ବ୍ୟାପାର ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ମଧ୍ୟ ଫାଇଦା ମିଳିବ। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି ଏବଂ ୨୦୩୦ ଯାଏ ଏହାର ପୂରା ହେବାର ଆଶା ରହିଛି।

ଏହି ପ୍ରୋଜେକ୍ଟକୁ ସାଉଦୀ ଆରବର ଅର୍ଥବ୍ୟବସ୍ଥା ପରିବର୍ତ୍ତନକାରୀ ରାଜକୀୟ ଯୋଜନା ମଧ୍ୟ କୁହାଯାଉଛି, ଯେଉଁଥିରେ ଧନ ଓ ଟେକନିକ୍‌ର ଉତ୍ତମ ବ୍ୟବହାର କରାଯାଇଛି। ମରୁଭୂମିରେ ଲଗଜୁରୀ ଟ୍ରେନ୍‌ ଗଡ଼ିବାର ଏହି ଅଦ୍ଭୁତ କ୍ଷମତାକୁ ଦେଖି ଦୁନିଆ ଆଶ୍ଚର୍ଯ୍ୟ ଏବଂ ସାଉଦୀ ଆରବର ପ୍ରଶଂସା କରୁଛି। ଏହି ପ୍ରକଳ୍ପରେ କେବଳ ଗତି ଉପରେ ଧ୍ୟାନ ଦିଆଯାଇ ନାହିଁ  , ବରଂ ଟ୍ରେନ୍‌ର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଏହି ରୁଟ୍‌ରେ ସାଉଦୀ ସରକାର ଡେଜର୍ଟ ଡ୍ରିମ୍‌ ଲଗଜରୀ ଟ୍ରେନ୍‌ ଚଲାଇବାକୁ ମଧ୍ୟ ଘୋଷଣା କରିଛି।

ଭିଜନ ୨୦୩୦ଅନୁସାରେ ସାଉଦୀ ଆରବର ଲକ୍ଷ୍ୟ ଏହାର ରେଳ ନେଟୱର୍କକୁ ୫୩୦୦କିଲୋମିଟରରୁ ବଢାଇ ୮୦୦୦ କିଲୋମିଟର କରିବାର ଅଛି। ସାଉଦୀ ରେଲୱେ କମ୍ପାନୀ ୨୦୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଚାଲୁଥିବା ୧୫ ଟ୍ରେନ୍‌ର ଅର୍ଡର ମଧ୍ୟ ଦେଇଛି।