ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସବୁ ସାମଗ୍ରୀ ହେଲା ଶସ୍ତା

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ : ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ୍‌ରେ ସବୁଠୁ ବେଶୀ ଲୋକ ଅପେକ୍ଷା କରିଥାନ୍ତି କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ । ଯାହା ଏହି ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।


ତେବେ ଆସନ୍ତୁ ଜାଣିବା ଚଳିତ ବଜେଟ୍‌ରେ କ’ଣ କ’ଣ ଶସ୍ତା ହୋଇଛି-

-ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ

-କ୍ୟାନ୍‌ସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତା ହେବ

-୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ 

-୩୬ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼

-ଦେଶରେ କମିବ LCD, LED ଟିଭି ଦାମ୍

-ଇଭି କାର୍, ସହ ମୋବାଇଲ୍ ଫୋନ୍ ଦାମ୍ କମିବ

-ମେଡିକାଲ କଲେଜ ଉପକରଣ ଦାମ୍ ବି କମିବ

-ଚମଡ଼ାରେ ପ୍ରସ୍ତୁତି ସାମଗ୍ରୀ ବି ଶସ୍ତା ହେବ

-ବୁଣାକାରଙ୍କ ଦ୍ୱାର ସାମଗ୍ରୀ ଦାମ୍ କମିବ

-ଲିଥିୟମ ବ୍ୟାଟେରୀ ବି ଶସ୍ତା ହେବ


You Can Read:

Union Budget 2025 : ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି, ୭.୫ କୋଟି କର୍ମଚାରୀଙ୍କ ଉପରେ ଫୋକସ୍‌

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.