LIVE TV

ଭାରତ ଆଗରେ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ, ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୩୯୦ ରନ୍‌ରେ ଶେଷ

NEWS7
team india

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍‌ର ଚତୁର୍ଥ ଦିନରେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୩୯୦ ରନରେ ଶେଷ ହୋଇଛି । ଏହାସହ ଭାରତକୁ ୧୨୧ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଭାରତୀୟ ଟିମ୍ ନିଜର ପ୍ରଥମ ଇନିଂସ ୫୧୮/ରନରେ ଘୋଷଣା କରିଥିଲା । ତେବେ ଏହାର ଜବାବରେ ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସ ୨୪୮ ରନ୍‌ରେ ସୀମିତ ହୋଇଥିଲା । ପ୍ରଥମ ପାଳି ଆଧାରରେ ଭାରତକୁ ୨୭୦ ରନ୍ ଲିଡ୍ ମିଳିଥିଲା ଓ ୱେଷ୍ଟଇଣ୍ଡିଜକୁ ଫୋଲୋଅନ୍ ଦେଇଥିଲା ।

ଫୋଲୋଅନ୍ ପରେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୩୯୦ ରନରେ ସୀମିତ ରହିଥିଲା । ଜଷ୍ଟିନ୍ ଗ୍ରୀଭ୍ସ ଏବଂ ଜାଡେନ୍ ସିଲ୍ସ ଶେଷ ୱିକେଟ ପାଇଁ ୭୯ ରନର ଭାଗୀଦାରି କରିଥିଲେ । ଗ୍ରୀଭ୍ସ ୮୫ ବଲରୁ ୫୦ ରନ୍ କରି ଅପରାଜିତ ରହିଥିଲେ । ସିଲ୍ସ ୬୭ ବଲରୁ ୩୨ ରନ୍ ଯୋଗଦାନ ଦେଇଥିଲେ । ୧୧୯ ତମ ଓଭରର ପଞ୍ଚମ ବଲରେ ଯଶପ୍ରିତ ବୁମରା, ସିଲ୍ସଙ୍କୁ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ ଇନିଂସ ଶେଷ କରିଥିଲେ । ଦ୍ୱିତୀୟ ଇନିଂସରେ ବୁମରାହ ଏବଂ କୁଲଦୀପ ଯାଦବ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଦୁଇଟି, ୱାଶିଂଟନ୍ ସୁନ୍ଦର ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଥିଲେ ।

ୱେଷ୍ଟଇଣ୍ଡିଜ୍ ପାଇଁ ଜନ୍ କ୍ୟାମ୍ପବେଲ୍ (୧୧୫) ଏବଂ ଶାଇ ହୋପ୍ (୧୦୩) ଶତକ ହାସଲ କରିଥିଲେ ଦୁଇ ଖେଳାଳିଙ୍କ ଶତକୀୟ ଇନିଂସ ବଳରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୩୦୦ ରନ୍ ପାର କରିବାରେ ସଫଳ ହୋଇଥିଲା । କ୍ୟାମ୍ପବେଲ୍ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ହୋପ୍ ଆଠ ବର୍ଷ ପରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୫୧୮ ରନରେ ଇନିଂସ ଘୋଷଣା କରିଥିଲା ​​ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ  ରନ କରିଥିଲା ।