ଶଶିଙ୍କ ମୁହଁରେ ପୁଣି NDAର ପ୍ରଶଂସା, କହିଲେ-'ବିହାରରେ ବିକାଶ ହେଉଛି'

NEWS7
wellspun-ceo-dipali-goenka-dance-with-her-office-staff-video-getting-viral

ନୂଆଦିଲ୍ଲୀ, ୨୩/୧୨: ବିଜେପି ସରକାରକୁ ପୁଣି ଥରେ ପ୍ରଶଂସା କଲେ କଂଗ୍ରେସ ନେତା ଶଶି ଥରୁର । ବିହାରରେ ଏନଡିଏ ନେତୃତ୍ୱାଧିନ ନୀତିଶ କୁମାରଙ୍କ ସରକାରକୁ ସେ ଭୁରିଭୁରି ପ୍ରଶଂସା କରିଛନ୍ତି । ନୀତିଶଙ୍କ ନେତୃତ୍ୱରେ ବିହାରରେ ଅନେକ ବିକାଶ ହେଉଛି ବୋଲି ସେ କହିଛନ୍ତି ।

ଶଶି କହିଛନ୍ତି ଯେ, ବିହାରରେ ଭିତ୍ତିଭୂମିର ବିକାଶ ହେଉଛି । ଯାହା ପୂର୍ବରୁ କେବେ ହୋଇନଥିଲା । ବିଳମ୍ବିତ ରାତ୍ରରେ ବି ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି । ରାଜ୍ୟରେ ବିଦ୍ୟୁତ, ପାଣି ସମସ୍ୟା କମିଛି । ନାଳନ୍ଦା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ସେ ଏହା କହିଛନ୍ତି ।

କଂଗ୍ରେସ ନେତା ଶଶି ଆହୁରି କହିଛନ୍ତି ଯେ, କିଛି ବର୍ଷ ହେଲା ବିହାରରେ ଅନେକ ଭଲ ଜିନିଷ ହୋଇଛି । ଏହାସହ ନୀତିଶଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ, ତାଙ୍କୁ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ । ବିହାରର ବିକାଶ ଦେଖି ସେ ଖୁସି ଅଛନ୍ତି । ବିହାରବାସୀ ଏବଂ ସେମାନଙ୍କ ପ୍ରତିନିଧିଙ୍କୁ ଧନ୍ୟବାଦ ଦିଆଯିବ ଦରକାର । ତେବେ କଂଗ୍ରେସ ଶଶିଙ୍କ ବୟାନକୁ ନେଇ କୌଣସି ମତ ଦେଇନାହିଁ ।

ସୂଚନାଯୋଗ୍ୟ ଗତ କିଛି ଦିନ ହେଲା ଥରୁର ବିଜେପି ତଥା ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଛନ୍ତି । ଗତ ମାସରେ ସେ ଦୁବାଇରେ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଏହାପରେ କେରଳ ପୌର ନିର୍ବାଚନରେ ବିଜେପିର ସଫଳତା ନେଇ ସକରାତ୍ମକ ପ୍ରତିକ୍ରିୟା ରଖିଥିଲେ । ଖାଲି ଏତିକି ନୁହେଁ ସୋନିଆ ଗାନ୍ଧୀଙ୍କ ଅନେକ ବୈଠକରେ ସେ ନିଜକୁ ଦୂରେଇ ରଖୁଥିବା ନଜର ଆସିଛି ।