ଭୁବନେଶ୍ବର ୫।୭: ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ଆଇଏମ୍ଡି ଆକଳନରେ ଆଗାମୀ ଏକ ସପ୍ତାହ ଯାଏଁ ଏତେ ବର୍ଷା ନାହିଁ । ହୀରାକୁଦରେ ଜଳସ୍ତର ବଢୁଛି । ହେଲେ ବିପଦ ନାହିଁ । ଏବେ ୬୦୭ ମିଟର ଜଳ ଅଛି । ରବିବାର ୬ଟି ଗେଟ୍ ଖୋଲିବ । ହେଲେ ତାହା ବନ୍ୟା ଜଳ ଛାଡିବା ପାଇଁ ନୁହେଁ । କେବଳ ପୂଜାର୍ଚ୍ଚନା ପାଇଁ ଖୋଲିବ । ପରେ ଇବ୍ ଓ ଅନ୍ୟ ନଦୀର ଜଳସ୍ତର ଦେଖି ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ ।
କଲମା ଗେଟ୍ ଖୋଲିଛି । ମହାନଦୀରେ ଜଳସ୍ତର ବଢିବ । ହେଲେ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ଗେଟ୍ ଏଯାଏଁ ଖୋଲିବାର ନିଷ୍ପତ୍ତି ନିଆଯାଇ ନାହିଁ । ରେଙ୍ଗାଲିର ସ୍ଥିତି ଅନୁଧ୍ୟାନ କରାଯାଉଛି । ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ୫ ମିଟର ତଳେ ଅଛି । ବଂଶଧରାର ଜଳସ୍ତର କମ୍ ଅଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।
You Can Read:
ଲଗାଣ ବର୍ଷାରେ ଗଦାପୁର ନଦୀର ଜଳସ୍ତର ବୃଦ୍ଧି, ପୋଲ ଉପରେ ଚାଲିଲା ପାଣି