ତୃତୀୟ ଟି୨୦: ଗିଲ-ସୂର୍ଯ୍ୟଙ୍କ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ, ସାମସନଙ୍କୁ ମିଳିପାରେ ଚାନ୍ସ

NEWS7
warning-to-fear-bansadhara-flood

ଧର୍ମଶାଳା, ୧୪/୧୨:ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେଧର୍ମଶାଳାରେତୃତୀୟ ଟି୨୦ମୁକାବିଲା ଖେଳାଯିବ । ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜରେ ବରାବର ସ୍ଥିତିରେ ଅଛନ୍ତି । ଯାହାକୁ ନଜରରେ ରଖି ତୃତୀୟ ଦିନିକିଆ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଶୁଭମନ ଗିଲ୍ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ଅଧିକ ଫୋକସ ରହିଛି

ଲଗାତାର ବିଫଳ ପ୍ରଦର୍ଶନ ପରେ ଗିଲଙ୍କ ଫର୍ମକୁ ନେଇ ଆଲୋଚନା ହେଉଛି । ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ନା ନାହିଁ ସେନେମଧ୍ୟ ସସପେନ୍ସ ରହିଛି । ଯଦି ଧର୍ମଶାଳାରେ ଖେଳାଯିବାକୁ ଥିବା ତୃତୀୟ ଟି୨୦ରେ ଗିଲଙ୍କ ବ୍ୟାଟ୍ ଶାନ୍ତ ରହେ ତାହାଲେ ବିଶ୍ୱକପ୍ ପୂର୍ବରୁ ବିସିସିଆଇ ପ୍ଲାନ୍-ବି ବାବଦରେ ଚିନ୍ତା କରିପାରେ ।

କୁହାଯାଉଛି ଯେ, ତୃତୀୟ ଟି୨୦ପୂର୍ବରୁ ଭାରତୀୟ ଡ୍ରେସିଂ ରୁମର ମାହୋଲ ଗରମ ରହିଛି । ଦୀର୍ଘ ଦିନ ଧରି ଖରାପ ଫର୍ମରେ ଗତି କରୁଥିବା ସୂର୍ଯ୍ୟକୁମାରଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ତୃତୀୟ ଟି୨୦ରୁ ବିଶ୍ୱକପ୍ ମଧ୍ୟରେଭାରତ ମାତ୍ରଟି ମୁକାବିଲା ଖେଳିବ ।ବୋର୍ଡଆଉଟ୍ ଅଫ୍ ଫର୍ମ୍ ଟିମ୍ ନେଇ କେବେହେଲେ ବିଶ୍ୱକପ୍ ବାବଦରେ ଚିନ୍ତା କରିପାରିବ ନାହିଁ । ସେହିପରି ରବିବାର ମୁକାବିଲାରେ ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

ଅନ୍ୟ ଦିଗରେ ଦକ୍ଷିଣ ଆଫ୍ରିକା ଚଣ୍ଡିଗଡରେ ଦମଦାର୍ ବିଜୟ ହାସଲ କରିଥିଲା । କ୍ୱିଣ୍ଟନ୍ ଡି କକଙ୍କ ଫର୍ମକୁ ଫେରିବା ଦଳ ପାଇଁ ସବୁଠୁ ଖୁସି ଖବର । ଟିମରେ ଅନେକ ହିଟର୍ ରହିଛନ୍ତି । ଯାହା ଗତ ମୁକାବିଲାରେ ଦେଖିବାକୁ ମିଳିଥିଲା । ଦଳର ବୋଲିଂ ସ୍ଥିର ରହିଥିଲା । ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆର ଟପ୍ ବୋଲର ଶେଷ ମୁକାବିଲାରେ ଅଧିକ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଯାହା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।