ଭୁବନେଶ୍ବର୧୧:ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ ।ନୂଆପଡ଼ା ଉପନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍.ଗୋପାଳନସୂଚନା ଦେଇଛନ୍ତି

ସକାଳ ୫ଟା୩୦ରୁ ନୂଆପଡ଼ାରେ ମକ୍ପୋଲ୍ରେଆରମ୍ଭ ହୋଇଛି ଉପନିର୍ବାଚନ । ମକ୍ପୋଲ୍ସମୟରେ ୩ ବଲାଟ୍ୟୁନିଟ୍,୩ ଇଭିଏମ୍ୟୁନିଟ୍ତ୍ରୁଟି ଆସିଥିଲା ତାକୁ ଚେଞ୍ଜ କରାଯାଇଛି । ଭୋଟ୍ବେଳେ ବୁଥ୍ନଂ ୭୬ରେ ଗୋଟିଏ ଇଭିଏମ୍ରେ ତ୍ରୁଟି ଦେଖା ଦେଇଥିଲା। ତାହାକୁ ପରିବର୍ତ୍ତନ କରାଯାଇଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି ।

ସେପଟେସିସିଟିଭି ଭିଜୁଆଲ ଆଧାରରେ ବୁଥ୍ନଂ ୩୬ କୁଳିଆବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରପ୍ରିଜାଇଡିଂଅଫିସର ଧନଞ୍ଜୟ ମଲିକଙ୍କୁ ସସ୍ପେଣ୍ଡ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିୟମ ଉଲଂଘନ କରିଥିବା ସିସିଟିଭିରେ ନଜର ଆସିଥିଲାଯାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି