LIVE TV

ବିବେକ ଓବରାୟଙ୍କର ପ୍ରଥମ ପ୍ରେମିକାଙ୍କ କ୍ୟାନସରରେ ହୋଇଥିଲା ମୃତ୍ୟୁ , ବିବାହ ପାଇଁ କରି ସାରିଥିଲେ ପ୍ଲାନିଂ

NEWS7
Vivek Oberoi

ମୁମ୍ୱାଇ : ବଲିଉଡ୍‌ ଅଭିନେତା ବିବେକ ଓବରାୟଙ୍କର ଜୀବନ ଅନେକ ପ୍ରକାରର ସଂଘର୍ଷରେ ପରିପୂର୍ଣ୍ଣ। ଅଭିନେତା ସୁରେଶ ଓବରାୟଙ୍କ ପୁଅ ହେବା ପରେ ମଧ୍ୟ ତାଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ତିଆରି କରିବା ପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରଫେସନାଲ ଲାଇଫ୍‌ ସହ ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି।ଏବେ ନିକଟରେ ଅଭିନେତା କହିଛନ୍ତି , ତାଙ୍କୁ କାହା ଠାରୁ ଦୂରେଇ ଯିବାର ଡ଼ର ଲାଗେ କାରଣ ତାଙ୍କର ପ୍ରଥମ ପ୍ରେମିକା କ୍ୟାନସରରେ ଚାଲି ଯାଇଥିଲେ। ଏହି ଘଟଣାରୁ ବାହାରିବା ପାଇଁ ତାଙ୍କୁ ବହୁ ସମୟ ଲାଗି ଯାଇଥିଲା।

ପ୍ରଖର ଗୁପ୍ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ବିବେକ କହିଛନ୍ତି ଯେ, ତାଙ୍କୁ ସର୍ବ ପ୍ରଥମେ ପ୍ରେମ ୧୩ ବର୍ଷ ବୟସରେ ହୋଇଥିଲା। ତାଙ୍କ ସର୍ବଦା ମନେ ହେଉଥିଲା ଯେ, ଯେବେ ସେ ବଡ଼ ହେବେ ତ ଦିନେ ଏହି ଝିଅକୁ ବିବାହ କରିବେ। କିନ୍ତୁ ସେହି ଝିଅର କ୍ୟାନସରରେ ମୃତ୍ୟୁ ହୋଇ ଗଲା। ବିବେକ କହିଛନ୍ତି –ଯେବେ ମୁଁ ୧୩ ବର୍ଷର ଥିଲି , ସେତେବେଳେ ଆମ ଭିତରେ ପ୍ରେମ ହୋଇ ଯାଇଥିଲା, ଏବଂ ଏହା ସେହି ପ୍ରକାରର ପିଲାଳିଆମୀ ପ୍ରେମ ଥିଲା ଯେଉଁଥିରେ ଆମେ ପରସ୍ପରକୁ କାର୍ଡ ଦେଉ ଥିଲୁ। ମୋତ ପୂରା ବିଶ୍ୱାସ ଥିଲା ଯେ, ଯେବେ ମୁଁ ବଡ଼ ହୋଇଯିବି ,ତ ତାକୁ ହିଁ ବିବାହ କରିବି ଏବଂ ଆମେ ବିବାହ କରିବା , ପିଲା ଜନ୍ମ କରିବା ଓ ବାକି ଜୀବନ ଏକାଠି ବିତାଇବା ବିଷୟରେ ଭାବି ଥିଲେ। ହଠାତ୍‌ , ସେ ଚାଲିଗଲେ। ଜାନୁଆରୀରେ ତାଙ୍କର ଚିକିତ୍ସା ହେଲା , ଏବଂ ମାର୍ଚ୍ଚରେ ସେ ଆଖି ବୁଜି ଦେଲେ।

ବିବେକ କହିଛନ୍ତି ଯେ, ଏହି ସମୟରେ ସେ ୧୮ ବର୍ଷ ବୟସର ଥିଲେ ଏବଂ ତାଙ୍କ ପ୍ରେମିକାର ବୟସ ୧୭ ବର୍ଷ ଥିଲା। ଅଭିନେତା କହିଛନ୍ତି ଯେ, ତାଙ୍କ ପାଇଁ ଆଉ ଥରେ ପ୍ରେମ କରିବା ମୁସ୍କିଲ ଥିଲା ତାଙ୍କର ହୃଦୟ ଭାଙ୍ଗି ଯାଇଥିଲା। ସେ ତାଙ୍କ ଜୀବନରେ କାହାକୁ ହରାଇବାକୁ ନେଇ ଭୟ କରନ୍ତି । ​​​​​​​