ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ, କୁଆପଥର ମାଡ଼ରେ ଭାଙ୍ଗିଲା ୱିଣ୍ଡସିଲ୍‌

Published By : Prameya-News7 Bureau | May 01, 2024 IST

ଭୁବନେଶ୍ବର ୧।୫: କୁଆପଥର ମାଡ଼ରେ ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନ ଜରୁରୀ ଅବତରଣ କରିଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ଭିସ୍ତାରା ବିମାନ । ଟେକ୍ଅଫ୍ କରିବାର ୧୦ ମିନିଟ୍‌ ପରେ ବିମାନଟି ଜରୁରୀ ଅବତରଣ କରିଛି । କୁଆପଥର ମାଡ଼ ଯୋଗୁଁ ବିମାନର ୱିଣ୍ଡସିଲ୍‌ ଭାଙ୍ଗିଯିବାରୁ ବିମାନଟିକୁ ଏଭଳି ଜରୁରୀ ଅବତରଣ କରାଇବାକୁ ପଡିଛି । ବିମାନରେ ୧୭୦ ଜଣ ଯାତ୍ରୀ ଥିଲେ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି ।

You Can Read :

ଦିନ ଦ୍ବିପ୍ରହରରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ସୁନା ଗହଣା ଓ ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.