News7 Logo

କଲଭର୍ଟରୁ ମିଳିଲା ଭିସୁଟ ଛାତ୍ରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସସ୍‌ପେନ୍ସ

NEWS7
Vissut

ସମ୍ବଲପୁର ୦୨/୦୯: କଲଭର୍ଟରେ ପଡି ଭିସୁଟ ଛାତ୍ରଙ୍କ ମୃତ୍ୟୁ । କଲଭର୍ଟ ନିକଟରୁ ମୃତଦେହ ଉଦ୍ଧାର କରିଛି ବୁର୍ଲା ପୋଲିସ । ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର ଛାତ୍ର ଅଞ୍ଜନେୟ ଦାସ । ତାଙ୍କର ଘର ଯାଜପୁର ବୋଲି ଜଣାପଡିଛି । ଭିସୁଟ୍ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ କରୁଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।