News7 Logo

ମୂଳ ଖାତାକୁ ଫେରିବ ଟାଙ୍ଗୀରେ ଥିବା ଜଗନ୍ନାଥଙ୍କ ସମ୍ପତ୍ତି

NEWS7
hhd

ଚୌଦ୍ୱାର ୧୦।୦୯ : ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ଫେରିବ । ସେଥିମଧ୍ୟରୁ କଟକ ଜିଲ୍ଲା ଟାଙ୍ଗୀ କହ୍ଲେଇପୁର ପଞ୍ଚାୟତରେ ଥିବା କନକଗିରି ମନ୍ଦିର ପାଖ ଜମି ମଧ୍ୟ ମୂଳ ଖାତାକୁ ଫେରିବ । ଏହି ଜମିକୁ ଜଣେ ବ୍ୟକ୍ତି ଚଞ୍ଚତଚା କରି ବିକ୍ରି ଦେଇଥିବା ବେଳେ ତାହା ବି ଫେରିବ । ଠାକୁରଙ୍କ ଜମିକୁ ବିକ୍ରି ହୋଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଗତ ତିନି ମାସ ହେବ ସମସ୍ତ ଜିଲ୍ଲାପାଳ ଓ ତହସିଲରେ ଅଭିଯୋଗ କରିଥିଲେ । ଏବେ ସରକାରଙ୍କ ପକ୍ଷରୁ ମହାପ୍ରଭୁଙ୍କ ସମ୍ପତ୍ତି ଫେରିବ ବୋଲି ଜାଣିବା ପରେ ଅଞ୍ଚଳବାସୀ ଖୁସି ହେବା ସହ କଟକ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଜମିକୁ ମାଫିଆମାନେ କିସମ ବଦଳାଇବା ସହିତ ତିନି ଜଣଙ୍କୁ ବିକ୍ରି କରିଥିବା ଜଣାପଡିଥିଲା । ଏହି ଜମିରେ କନକଗିରି ପୀଠର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଦୀର୍ଘ ବର୍ଷ ହେବ ଠାକୁରଙ୍କ କାମରେ ଲାଗିଆସୁଥିଲା । ସରକାରଙ୍କ ଏହି ପ୍ରକିୟା ଆରମ୍ଭ ହୋଇଥିବାରୁ ଏହି ଜମି ପୁଣି ଥରେ ମୂଳ ଖାତାକୁ ଆସିଲେ, ତାହା ଠାକୁରଙ୍କ କାମରେ ଲାଗିପାରିବ ବୋଲି  ସ୍ଥାନୀୟ ଲୋକ ଓ ମନ୍ଦିର ଟ୍ରଷ୍ଟ କହିଛି ।