ଭଦ୍ରକ ୨୭।୧୧ : ଜବରଦଖଲକାରୀଙ୍କ କବ୍ଜାର ନଦୀ ଘାଟ । ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଲେ ଗ୍ରାମବାସୀ।
ଭଦ୍ରକ ସହରର କୁଆଁସ ସ୍ଥିତ ଡଗରାସାହିରେ ରହିଛି ଘାଟ । ପୌରପାଳିକାର ପ୍ରତି ଓ୍ୱାର୍ଡରେ ନଦୀ ଘାଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଛି ଘାଟ । ହେଲେ ଦୀର୍ଘ ବର୍ଷ ଧରି କୁଆଁସ ସ୍ଥିତ ଡଗରାସାହି ଘାଟ ଏବେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ କବ୍ଜାରେ ରହିଥିବା ଅଭିଯୋଗ ଆସିଛି । ଯାହାଫଳରେ କାର୍ତ୍ତିକ ପୂର୍ଣ୍ଣିମା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ କୁଆଁସର ଗ୍ରାମବାସୀମାନେ ସାଳନୀ ନଦୀର ଘାଟ ନଥିବାରୁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନକୁ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିବା ବେଳେ ଆଜି ଯାଏଁ ଏହି ସମସ୍ୟାର ସମାଧାନ ହୋଇପାରିନି। ଶେଷରେ କୁଆଁସ ଗ୍ରାମବାସୀଙ୍କ ପକ୍ଷରୁ ଏହି ବିବାଦର ସମାଧାନ ଲାଗି ଭଦ୍ରକ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।