ଖାମେନିଙ୍କ ସମର୍ଥନରେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

NEWS7
vikrant-massey's-son bardaan turns 1 year old

ଶ୍ରୀନଗର: ଭାରତରେ ବିଭିନ୍ନ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣକୁ ବିରୋଧ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତିବାଦ କରାଯାଉଛି। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ଏବଂ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବୁଧବାର (୪ ମାର୍ଚ୍ଚ, ୨୦୨୬) ଶ୍ରୀନଗରରେ ଏକ ପ୍ରତିବାଦର ନେତୃତ୍ୱ ନେଇଥିଲେ। ପ୍ରତିବାଦ ସମୟରେ ମେହବୁବା ମୁଫତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟର ପୋଡ଼ିଥିଲେ। ତାଙ୍କ ସହିତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। 

ସୋସିଆଲ ମିଡିଆରେ ପ୍ରତିବାଦର ଏକ ଭିଡିଓ ସେୟାର କରି ପିଡିପି ଅଧ୍ୟକ୍ଷ କହିଛନ୍ତି,‘ଯେଉଁମାନେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି ମୁଁ ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କ ସହିତ ଛିଡ଼ା ହୋଇଛି, ଏବଂ ଯେଉଁମାନେ ଆପଣଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ବଞ୍ଚିଥିବା  ପର୍ଯ୍ୟନ୍ତ ବିରୋଧ କରିବି ।’ ଏହି ପୋଷ୍ଟରଗୁଡ଼ିକରେ ଜେଫ୍ରି ଏପଷ୍ଟିନଙ୍କ ନାମ ମଧ୍ୟ ସାମିଲ ଥିଲା । ଟ୍ରମ୍ପ ସମେତ ଅନେକ ଉଚ୍ଚ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱଙ୍କ ସହିତ ଏପଷ୍ଟିନଙ୍କ ସମ୍ପର୍କ ଥିବା ଫାଇଲ ପ୍ରକାଶ ପାଇଥିଲା। ଦଳୀୟ ସମର୍ଥକମାନେ ଖାମେନିଙ୍କ ପୋଷ୍ଟର ମଧ୍ୟ ଧରିଥିଲେ । ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଇଥିଲେ। 

 

ମେହବୁବା ମୁଫତି ସାଂସଦ ଆଗା ରୁହୁଲ୍ଲା ଏବଂ ଜୁନୈଦ ମଟ୍ଟୁଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ନିନ୍ଦା କରିଛନ୍ତି ଏବଂ ଗଣମାଧ୍ୟମ ସଂଗଠନଗୁଡ଼ିକ ଉପରେ ଲାଗୁ ହୋଇଥିବା କଟକଣାକୁ ସମାଲୋଚନା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଖୋଲା ଆକ୍ରମଣ ଏବଂ ଏହାର ସର୍ବୋଚ୍ଚ ନେତାଙ୍କ ସହିଦ ହେବା ଉପରେ ଯେଉଁମାନେ କହୁଛନ୍ତି ସେମାନେ ଅପରାଧୀ ନୁହନ୍ତି ଏବଂ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ଯଥାର୍ଥତାକୁ ନେଇ ମୁଫତି ପ୍ରଶ୍ନ କରିଛନ୍ତି । ମୁଫତି ଆହୁରି କହିଛନ୍ତି, ‘ଆଗା ରୁହୁଲ୍ଲା ଏବଂ ଜୁନୈଦ ଅଜିମ ମଟ୍ଟୁଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ସମ୍ପୂର୍ଣ୍ଣ ଅନ୍ୟାୟ । ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ।’