LIVE TV

‘ମୁଖ୍ୟମନ୍ତ୍ରୀ ଜୀ ପ୍ରତିଶୋଧ ନେବେ ଯଦି ଅଫିସ୍ ଆସନ୍ତୁ...’, କରୁର ଅଘଟଣ ଉପରେ ବିଜୟଙ୍କ ପ୍ରଥମ ପ୍ରତିକ୍ରିୟା

NEWS7
vijay

ଚେନ୍ନାଇ: ତାମିଲନାଡ଼ୁ କରୁର ଦଳାଚକଟା ଘଟଣା ଉପରେ ଟିଭିକେ ନେତା ତଥା ଅଭିନେତା ବିଜୟ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଏକ ଭିଡିଓ ଜାରି କରି ଏହି ଘଟଣା ଉପରେ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ସମର୍ଥକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ବିଜୟ କହିଛନ୍ତି ଯେ ଏହି ଘଟଣାରେ ସେ ମର୍ମାହତ ଅଛନ୍ତି । ସମସ୍ତ ପ୍ରକାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସ୍ଥାନ ଚୟନ କରାଯାଇଥିଲା ଓ ପୋଲିସ ବିଭାଗରୁ ଅନୁମତି ମଧ୍ୟ ନିଆଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ଏକ ଦୁର୍ଭାଗଜନକ ଘଟଣା ଘଟିଗଲା ।

ବିଜୟ ନିଜ ସମର୍ଥକମାନଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଜୋର ଦେଇ କହିଛନ୍ତି ଯେ ଏହି ଘଟଣାକୁ ରାଜନୀତିକରଣ ନ କରିବା ପାଇଁ ସେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଏହି ଘଟଣା ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ସେ ଆଶ୍ୱାସନା ଦେଇଛନ୍ତି ଯେ ପୀଡ଼ିତମାନେ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ଏବଂ ଶୀଘ୍ର ସୁସ୍ଥ ହେବା ଆଶା କରାଯାଉଛି ।

ଏହି ଘଟଣା ଉପରେ ବୟାନ ଦେଇଥିବା ରାଜନୀତିକ ଦଳଗୁଡ଼ିକୁ ବିଜୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସତ ଖୁବଶୀଘ୍ର ସାମନାକୁ ଆସିବ ଏବଂ ତାଙ୍କ ଦଳ କୌଣସି ଭୁଲ କରିନାହିଁ । ବିଜୟ କହିଛନ୍ତି, ମୁଁ ମଧ୍ୟ ଗୋଟିଏ ମଣିଷ । ଯେତେବେଳେ ଏତେ ଲୋକ ପ୍ରଭାବିତ ହୋଇଛନ୍ତି, ସେତେବେଳେ ମୁଁ ସେମାନଙ୍କୁ ଛାଡ଼ି କିପରି ଫେରି ଆସିପାରିବି ? ମୁଁ ଏଥିପାଇଁ ଗଲି ନାହିଁ, କାରଣ ପୁଣି ଥରେ କୌଣସି ଅପ୍ରିୟ ଘଟଣା ଯେପରି ନଘଟିବ ତାହା ସୁନିଶ୍ଚିତ କରିବାକୁ ଚାହୁଁଥିଲୁ । ଆମେ ପାଞ୍ଚ ଜିଲ୍ଲାରେ ପ୍ରଚାର କରିଥିଲୁ, କରୁରରେ ହିଁ କାହିଁକି ଏପରି ହେଲା ? ଏପରି କଣ ହେଲା ? ଲୋକେ ସତ ଜାଣିଛନ୍ତି ଓ ସବୁ କିଛି ଦେଖୁଛନ୍ତି ।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଅପିଲ୍ କରି ନିଜ ସମର୍ଥକ ବଦଳରେ ତାଙ୍କ ଠାରୁ ପ୍ରତିଶୋଧ ନେବାକୁ କହିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଜୀ, ଯଦି ପ୍ରତିଶୋଧ ନେବାକୁ ଚାହୁଁଛନ୍ତି, ତେବେ ମୋ ସହ କିଛି ବି କରିପାର । ସେମାନଙ୍କୁ ହାତ ଲଗାଇବ ନାହିଁ । ମୁଁ ମୋର ଘରେ ରହିବି କିମ୍ୱା ନିଜ ଅଫିସରେ ରହିଛି । ମୋ ସହ ଯାହା ଚାହିଁବ କର ।" ବିଜୟ ତାଙ୍କ ସମର୍ଥକଙ୍କ ଦ୍ୱାରା କୌଣସି ପ୍ରକାର ଭୁଲ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆମେ କିଛି ବି ଭୁଲ କରିନୁ । ତଥାପି ପାର୍ଟି ନେତା, ବନ୍ଧୁ ଓ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ନାଁରେ ଏଫଆଇଆର୍ ରୁଜୁ କରାଯାଉଛି ।