IND vs NAM,T20World Cup2026: ନାମିବ୍ୟାକୁ ୨୧୦ ଟାର୍ଗେଟ୍ ଦେଲା ଭାରତ, ଇଶାନ କିଶନ ଓ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ

NEWS7
vehicle-burnt-of-former-corporator-in-bhubaneswar

ନୂଆଦିଲ୍ଲୀ :ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଭାରତ ଓ ନାମିବ୍ୟା ମଧ୍ୟରେ ଟି-୨୦ ବିଶ୍ୱକପ ଲଢ଼େଇ ଚାଲିଛି। ଉଭୟ ଦଳର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଦ୍ଵିତୀୟ ମ୍ୟାଚ୍। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟାକୁ ପରାଜୟ ମିଳିଥିଲା। ଆଜିର ମ୍ୟାଚ୍‌ରେ ଭାରତ ଟସ୍ ହାରିବା ପରେ ନାମିବ୍ୟା ନିମନ୍ତ୍ରଣକ୍ରମେ ପ୍ରଥମେ ବ୍ୟାଟିଂ କରିଛି। ଯଦିଓ ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଛନ୍ତି, ତେବେ ଭାରତର ଖେଳ ଆଜି ପୂରା ଅନଭିଜ୍ଞ ପରି ମନେ ହେଉଛି।

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ କରିଛି। ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନ୍ କରିଥିଲେ। ମ୍ୟାଚ୍ ଜିତିବାକୁ ହେଲେ ନାମିବ୍ୟାକୁ ୨୧୦ ରନ୍ କରିବାକୁ ପଡ଼ିବ।