ଖାମେନିଙ୍କୁ ମାରିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଆମେରିକା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

NEWS7
vastu-tips-for-bedroom

ନୂଆଦିଲ୍ଲୀ: ଇରାନରେ ଆକ୍ରମଣ କରି ଏହାର ସର୍ବୋଚ୍ଚ ନେତା ଖାମେନିଙ୍କୁ ହତ୍ୟା କରିଛନ୍ତି ଆମେରିକା ଏବଂ ଇରାନ୍ । କିନ୍ତୁ ଖାମେନିଙ୍କ ଠିକଣା ଠାବ କରି ଆକ୍ରମଣ କରିବାକୁ ଆମେରିକା ଏତେ ଟଙ୍କା ଖର୍ଚ୍ଚ କରିଛି ଯେ, ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ । ଇରାନରେ ଖାମେନିଙ୍କ ତଥ୍ୟ ଯୋଗାଡ଼ କରିବାକୁ ଆମେରିକା ଏହାର ଗୁପ୍ତଚର ଏଜେନ୍ସି ସିଆଇଏକୁ ନିୟୋଜିତ କରିଥିଲା । ସିଆଇଏର ତଥ୍ୟ ଆଧାରରେ ହିଁ, ଆୟତୋଲ୍ଲା ଅଲି ଖାମେନିଙ୍କୁ ଆମେରିକା ମାରିବାକୁ ସକ୍ଷମ ହୋଇଥିବା କୁହାଯାଉଛି ।

ଫାଇନାନ୍ସିଆଲ୍ ଟାଇମ୍ସ ଅନୁଯାୟୀ, CIA ତାଙ୍କୁ ଟ୍ରାକ୍ କରିବା ପାଇଁ ଇରାନ ଷ୍ଟ୍ରିଟ୍ କ୍ୟାମେରାଗୁଡ଼ିକୁ ମଧ୍ୟ ହ୍ୟାକ୍ କରିଥିଲା। ସିଆଇଏ ଖାମେନିଙ୍କ ପ୍ରତି ମିନିଟର କାର୍ଯ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା । ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହିଜବୁଲ୍ଲା ଏବଂ ହମାସ ଆକ୍ରମଣ ପରେ ଆମେରିକା ଇରାନରେ ସିଆଇଏ ଏଣ୍ଟ ନିୟୋଜିତ କରିଥିଲା। ୨୦୨୩ ରୁ ୨୦୨୫ ମଧ୍ୟରେ, ଆମେରିକା ଇରାନରେ ଏହି ଅପରେସନ୍ କରିବା ପାଇଁ ପ୍ରାୟ ୨.୫ ବିଲିୟନ ଡଲାର (ପ୍ରାୟ ୨.୨୮ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିଥିଲା ।

ଆୟତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଆମେରିକୀୟ ଗୁପ୍ତଚର ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଥିଲେ। ଟ୍ରମ୍ପ୍ ଲେଖିଥିଲେ, ‘ଖାମେନି ଆମର ଗୁପ୍ତଚର ସଂସ୍ଥାଗୁଡ଼ିକର ଟ୍ରାକିଂ ସିଷ୍ଟମରୁ ଖସି ପାରିଲେ ନାହିଁ। ଆମେରିକା ବିଶ୍ୱର ସବୁଠାରୁ ବଡ଼ ଦୁଷ୍ଟକୁ ହତ୍ୟା କରିଛି।’ ଟ୍ରମ୍ପ୍ ଖାମେନିଙ୍କ ହତ୍ୟାକୁ ଆମେରିକା ପାଇଁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଥିଲେ।

ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଖାମେନିଙ୍କ ହତ୍ୟା ପରେ ତାଙ୍କ ମୃତଦେହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଦେଖାଯାଇଥିଲା । ଉଭୟଙ୍କୁ ମୋସାଦ ମୃତଦେହ ଦେଖାଇଥିଲା। ଏକ ରିପୋରଟ ଅନୁଯାୟୀ, ଆମେରିକା ଅକ୍ଟୋବର ୨୦୨୩ରେ ମଧ୍ୟପ୍ରାଚ୍ୟ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। ଏହି ପଦକ୍ଷେପର ଏକ ଅଂଶ ଭାବରେ, ଆମେରିକା ପ୍ରଥମେ ଇସ୍ରାଏଲକୁ ୨୧.୭ ବିଲିୟନ ଡଲାରର ସାମରିକ ପ୍ୟାକେଜ୍ ପ୍ରଦାନ କରିଥିଲା।

ଏହା ସହିତ, ଆମେରିକା ମଧ୍ୟପ୍ରାଚ୍ୟରେ କାର୍ଯ୍ୟ ପାଇଁ ୧୨.୭ ବିଲିୟନ ଡଲାର ଆବଣ୍ଟନ କରିଥିଲା। ଏହି ଅର୍ଥ ଅକ୍ଟୋବର ୨୦୨୩ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିଲା। ଅକ୍ଟୋବର ୨୦୨୫ ରୁ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଇରାନ ଅପରେସନରେ ଆମେରିକା କେତେ ଟଙ୍କା ଖର୍ଚ୍ଚ କରିଛି ସେ ବିଷୟରେ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଆୟତୋଲ୍ଲା ଅଲି ଖାମେନି ସିଆଇଏର ରାଡାରରେ ଥିଲେ। ପ୍ରକୃତରେ, ଖାମେନି ଏକମାତ୍ର ବିଶ୍ୱ ନେତା ଥିଲେ ଯିଏ ଖୋଲାଖୋଲି ଭାବରେ ଆମେରିକାର ବିରୋଧ କରୁଥିଲେ। ଖାମେନି ତାଙ୍କ ଜୀବନରେ କେବେ ଆମେରିକା ଗସ୍ତ କରିନଥିଲେ। ସିଆଇଏ ଖାମେନିଙ୍କୁ ହିଟ୍ ଲିଷ୍ଟରେ ରଖିଥିଲା। ପୂର୍ବତନ ସିଆଇଏ ଏଜେଣ୍ଟ ଜନ୍ କିରିଆକୋଉ ଫେବୃଆରୀ ୨୦୨୬ ରେ ପ୍ରକାଶ କରିଥିଲେ ଯେ, ଆମେରିକା ଖୁବଶୀଘ୍ର ଇରାନ ଉପରେ ଆକ୍ରମଣ କରିବ। ଏବେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ୍ ଉପରେ ଆକ୍ରମଣ ଜାରି ରଖିଛନ୍ତି ।