LIVE TV

'ପରାଜୟର କୌଣସି ଚାନ୍ସ ନାହିଁ...ବରୁଣ କହିଲେ କେମିତି କୋଚ୍ ବଦଳାଇଲେ ଟିମ୍‌ ମାଇଣ୍ଡସେଟ୍

NEWS7
varun chakravaerty

ନୂଆଦିଲ୍ଲୀ ୦୮/୧୦: ଟିମ୍ ଇଣ୍ଡିଆର ମିଷ୍ଟ୍ରି ସ୍ପିନର । ବରୁଣ ଚକ୍ରବର୍ତ୍ତୀ । ତାଙ୍କ ଚକ୍ରବ୍ୟୁହରେ ମାତ୍ ଖାଉଛନ୍ତି ବିଦେଶୀ ବ୍ୟାଟର । ବୋଲିଂରେ କ୍ଲିନ ବୋଲ୍ଡ ବଡ଼ ବଡ଼ ଓପନର । ତେବେ ତାଙ୍କର ଏହି ସଫଳତା ପଛରେ ଅଛି ଆଉ ଜଣଙ୍କ ହାତ । ଏକଥା ଆମେ କହୁନୁ ବରଂ ସେ ନିଜେ କରିଛନ୍ତି ଖୁଲାସା । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ।

ଖାସ୍ କରି କ୍ରିକେଟ୍ ଦଳରେ "ସ୍ପାର୍ଟନ୍ ମାନସିକତା" ସୃଷ୍ଟି କରିବା ପାଇଁ ସେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ବରୁଣ କହିଛନ୍ତି ଯେ ଗମ୍ଭୀର ଦଳରେ ଏମିତି ଏକ ମନୋଭାବ ସୃଷ୍ଟି କରିଛନ୍ତି ଯେଉଁଠାରେ ପରାଜୟ କୌଣସି ବିକଳ୍ପ ନାହିଁ । ପ୍ରତ୍ୟେକ ଖେଳାଳିଙ୍କଠାରୁ ସର୍ବୋତ୍ତମ ପ୍ରଦର୍ଶନ ଆଶା କରାଯାଏ । ଏସିଆ କପ୍ ସଫଳତା ପରେ, ବରୁଣ ବିଶ୍ୱାସ କରନ୍ତି ଯେ ଏହି ମାନସିକତା ଦଳକୁ ପଡ଼ିଆରେ ଉଚ୍ଚ ମାନଦଣ୍ଡରେ ରଖିଛି ଓ ଆତ୍ମସନ୍ତୋଷରୁ ଦୂରରେ ରଖିଛି।  

ଲଗାତାର ଖରାପ ଫର୍ମରେ ସଂଘର୍ଷ କରୁଥିବା ବରୁଣ ତିନି ବର୍ଷ ଧରି ଦଳରୁ ବାହାରେ ରହିଥିଲେ । ପରେ ବରୁଣ ଭାରତର ଟି-୨୦ ଦଳରେ କମ୍‌ବ୍ୟାକ୍ କରିଥିଲେ । ତେବେ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ, ବରୁଣ ତାଙ୍କ କ୍ୟାରିୟରକୁ ପୁନଃଗଠନ କରିଥିଲେ ବରୁଣ । ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଟି-୨୦ ବୋଲରଙ୍କ ମଧ୍ୟରୁ ଜଣେ ବୋଲ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏସିଆ କପ୍ ଓ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦଳରେ ତାଙ୍କ ସ୍ଥାନକୁ ଦୃଢ଼ କରିଥିଲା ।

ଚାମ୍ପିଅନ୍ସ ଟ୍ରଫି (ଫେବୃଆରୀ-ମାର୍ଚ୍ଚ)ରେ ସେ ତିନୋଟି ମ୍ୟାଚ୍‌ରେ ୧୫.୧୧ ହାରରେ ନଅଟି ୱିକେଟ୍ ନେଇଥିଲେ । ଏସିଆ କପ୍‌ରେ ସେ ଛଅଟି ମ୍ୟାଚ୍‌ରେ ୨୦.୪୨ ହାରରେ ସାତଟି ୱିକେଟ୍ ନେଇଥିଲେ। ଉଭୟ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯାଇଥିଲା। ବରୁଣ କହିଛନ୍ତି ଯେ, ତାଙ୍କ ସହ କାମ କରିବା ମୋର ବହୁତ ପୁରୁଣା । ମୁଁ ତାଙ୍କ ସହିତ IPLରେ କାମ କରିସାରିଛି । ଆମେ ୨୦୨୪ରେ ଟାଇଟଲ ଜିତିଥିଲୁ । ତେଣୁ ଏହା ମୋ ପାଇଁ ନୂଆ ନଥିଲା କାରଣ ମୁଁ ପୂର୍ବରୁ ତାଙ୍କ ସହିତ ଥିଲି।

କିନ୍ତୁ ତାଙ୍କ ବିଷୟରେ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ସେ ଦଳରେ ଏକ ସ୍ପାର୍ଟନ ମାନସିକତା ଆଣିଥାନ୍ତି । ଯେଉଁଠାରେ ହାରିବା ଏକ ବିକଳ୍ପ ନୁହେଁ। ତୁମକୁ ତୁମର ବେଷ୍ଟ ଦେବାକୁ ପଡିବ । ପଡ଼ିଆରେ ନିଜର ସର୍ବଶ୍ରେଷ୍ଠ ଦେବାକୁ ପଡିବ । ଯେତେବେଳେ ସେ ଦଳ ସହିତ ଥାଆନ୍ତି, ସେତେବେଳେ ଟିମ୍‌ର ଯୋଶ ବଢାଇବାକୁ ଚେଷ୍ଟା କରନ୍ତି । ମୁଁ ମଧ୍ୟ ଏହା ଅନୁଭବ କରେ।  

ଚକ୍ରବର୍ତ୍ତୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଭାରତର T-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଗୌତମ ଗମ୍ଭୀର ତାଙ୍କ କମ୍‌ବ୍ୟାକ୍ କରିବା ପରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥିଲେ । ଯାହା ତାଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା । ତାଙ୍କୁ ପ୍ରଭାବଶାଳୀ ପ୍ରଦର୍ଶନ ଦେବାରେ ସାହାଯ୍ୟ କରିଥିଲା।