LIVE TV

ବାଂଲାଦେଶ ଚଟଗାଓଁ ବନ୍ଦରକୁ ପହଞ୍ଚିଲା ଆମେରିକା ଯୁଦ୍ଧପୋତ ଫିଟଜଗେରାଲ୍ଡ, ଭାରତ ସତର୍କ

NEWS7
fitzgerald

ଚଟଗାଓଁ ୮।୧୦: ବାଂଲାଦେଶ ଚଟଗାଓଁ ବନ୍ଦରକୁ ଆସିଛି ଆମେରିକୀୟ ଯୁଦ୍ଧପୋତ ୟୁଏସଏସ ଫିଟଜଗେରାଲ୍ଡ। ଏହି ଯୁଦ୍ଧପୋତକୁ ଶେଷ ଥର ୧୯୭୧ ମସିହାରେ ବଙ୍ଗୋପସାଗରରେ ଦେଖାଯାଇଥିଲା। ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା ପାକିସ୍ତାନର ସହାୟତା ନିମନ୍ତେ ଏହି ଯୁଦ୍ଧପୋତକୁ ପଠାଇଥିଲା। ‘ଦି ନର୍ଥ ଇଷ୍ଟ ପୋଷ୍ଟ’ରିପୋର୍ଟ ଅନୁସାରେ ଏହି ଯୁଦ୍ଧପୋତକୁ ଆମେରିକା ବାଂଲାଦେଶୀ ନୌସେନା ସହ ଯୁଦ୍ଧାଭ୍ୟାସ ନିମନ୍ତେ ପଠାଇଛି ଓ ଏହା ଆମେରିକାର ସାନଡିଏଗୋରୁ ଏଠାକୁ ଆସି ପହଞ୍ଚିଛି।

ୟୁଏସଏସ ଫିଟଜଗେରାଲ୍ଡର ଯୁଦ୍ଧାଭ୍ୟାସକୁ ନେଇ ବଙ୍ଗୋପସାଗରରେ ଆଲର୍ଟ ଜାରି କରାଯାଇଛି। ସବୁ ନାବିକଙ୍କୁ ଏହି ଯୁଦ୍ଧଜାହାଜ ଠାରୁ ଦୂରେଇ ରହିବାକୁ କୁହାଯାଇଛି। ୧୫୪ ମିଟର ଲମ୍ବା ଓ ୨୦.୨ମିଟର ଚୌଡା ଏହି ଫିଟଜଗେରାଲ୍ଡ ଯୁଦ୍ଧ ଜାହାଜର ଓଜନ ୯,୨୪୨ ଟନ। ଏଥିରେ ମୋଟ ୩୨୭ ଅଧିକାରୀ ଓ ନାବିକଙ୍କ ସହିତ ଚାଳକ ଦଳ ସଦସ୍ୟ ଅଛନ୍ତି। ଏହି ଯୁଦ୍ଧ ଜାହାଜକୁ ସେତେବେଳେ ବାଂଲାଦେଶ ପଠାଯାଇଛି ଯେତେବେଳେ ରକ୍ଷାଇନଙ୍କୁ ନେଇ ବାଂଲାଦେଶ କକ୍ସ ବଜାର ଅଞ୍ଚଳରେ ଉତ୍ତେଜନାମୟ ପରିସ୍ଥିତି ଉପୁଜିଛି।

୧୯୭୧ମସିହାରେ ମୁକ୍ତି ସଂଗ୍ରାମ କାଳରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ସେତେବେଳେ ପାକିସ୍ତାନର ସହଯୋଗ ନିମନ୍ତେ ଆମେରିକା ସପ୍ତମ ଭେଳାକୁ ମୁତୟନ କରିଥିଲା। ତେବେ ଏହା ବିପରୀତ ଋଷିଆ ଭାରତ ସମର୍ଥନରେ ପରମାଣୁ ବୁଡାଜାହାଜ ମୁତୟନ କରିବାରୁ ଆମେରିକା ଆଗକୁ ବଢିବାକୁ ଦୁଃସାହସ କରିନଥିଲା। ଶେଷରେ ପାକିସ୍ତାନର ପରାଜୟ ହେବା ସହ ବାଂଲାଦେଶ ନାମରେ ଏକ ନୂଆ ଦେଶର ଜନ୍ମ ହୋଇଥିଲା। ଏଥିରେ ଏବେ ଆମେରିକା ୪୦ ବର୍ଷ ପୁରୁଣା ତାର ଫିଟଜଗେରାଲ୍ଡ କୁ ଚଟଗାଓଁରେ ମୁତୟନ କରି ଏସିୟାରେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।

ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ଲଗାତାର ଆମେରିକାର ପତିଆରା ବଢିବାରେ ଲାଗିଛି। ନିକଟରେ ଆମେରିକା ଅଧିକାରୀଙ୍କ ଏକ ଟିମ୍ କକ୍ସ ବଜାର ଗସ୍ତ କରିଥିଲା। ଏହି ଗସ୍ତକାଳରେ ଅଧିକାରୀମାନେ ନିର୍ବାଚନକୁ ନେଇ ମନ୍ଥନ କରିଥିଲେ। ବାଂଲାଦେଶରେ ନିଜ ସୈନିକ ମୁତୟନ ମଧ୍ୟ ଆମେରିକାର ଏକ ଉଦ୍ଦେଶ୍ୟ। ଏହାକୁ ନେଇ ଏବେ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଶେଖ ହସିନା ମଧ୍ୟ ବାରମ୍ବାର ଏହି ଅଭିଯୋଗ କରୁଛନ୍ତି ଯେ ତାଙ୍କ ଶାସନର ପତ୍ତନ ପଛରେ ଆମେରିକାର ସିଧା ହାତ ଥିଲା। ଆମେରିକା ଫଣ୍ଡିଂ କାରଣରୁ ତାଙ୍କ ସରକାର ଭାଙ୍ଗିଥିବା ସେ ଅଭିଯୋଗ କରୁଛନ୍ତି।