ନୂଆଦିଲ୍ଲୀ ୬।୧୦: ଫାର୍ମା ସେକ୍ଟର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦% ଟାରିଫ ବୋମାର ପ୍ରଭାବ ଏବେ ଦେଶରେ ଅନୁଭୂତ ହେଉଛି। ଆମେରିକୀୟ ଫାର୍ମା କମ୍ପାନୀ ଏବେ ବିଦେଶ ମୁହାଁ ହେଉଛନ୍ତି। ଏହାର ସିଧା ଲାଭ ଏବେ ଭାରତକୁ ମିଳିବ ବୋଲି ଅନୁମାନ କରାଯାଉଛି। ଆମେରିକାର ସବୁଠୁ ବଡ଼ ଔଷଧ କମ୍ପାନୀ ରୂପେ ଜଣାଶୁଣା ଇଲି ଲିଲି ଭାରତରେ ୧ ବିଲିୟନ ଡଲାର (୮,୮୦୦ କୋଟି ଟଙ୍କା) ଭାରତରେ ନିବେଶ କରିବ ବୋଲି ସୋମବାର ଘୋଷଣା କରିଛି।

ମେନୁଫେକ୍ଚରିଂ ୟୁନିଟି ଓ କ୍ୱାଲିଟି ଫ୍ୟାସେଲିଟି ନିମନ୍ତେ ଆଗାମୀ କିଛି ବର୍ଷରେ ଏହି ନିବେଶ କରାଯିବ। କମ୍ପାନୀ ଏହି ପଦକ୍ଷେପ ଏପରି ସମୟରେ ନେଇଛି ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଦେଶର ଫର୍ମାକମ୍ପାନୀଙ୍କ ଉପରେ ଟାରିଫ ବୋମା ପକାଇବାର ଯୋଜନା କରୁଛନ୍ତି। ଏଥିରେ ଇଲି ଲିଲି ଭାରତ ମୁହାଁ ହେବା ‘ମେକ-ଇନ-ଇଣ୍ଡିଆ’ ଅଭିଯାନ ନିମନ୍ତେ ଏକ ବଡ଼ ବୁଷ୍ଟରଡୋଜ ସାବ୍ୟସ୍ତ ହୋଇପାରେ।

ଇଲି ଲିଲି ଅନୁସାରେ ଏହି ନିବେଶ କଣ୍ଟ୍ରାକ୍ଟ ମେନୁଫେକ୍ଚରିଂକୁ ମଜଭୁତ କରିବ ଓ ସାରା ବିଶ୍ୱରେ ମୋଟାପଣ, ଡାୟବେଟିଜ୍, ଅଲଜାଇମର, କ୍ୟାନସର ଓ ଅଟୋ ଇମ୍ୟୁନ ରୋଗର ଔଷଧ ପହଞ୍ଚାଇବାର କାମ କରିବ। ଏହି ନିବେଶକୁ ଭାରତର ହେଲଥ କେୟାର ସେକ୍ଟରକୁ ବୈଶ୍ୱିକ ସ୍ତରରେ ନୂଆ ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି। ଇଲି ଲିଲି ଆମେରିକାର ସର୍ବ ବୃହତ୍ତ ଔଷଧକମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ଓ ଏହାକୁ ଦେଶର ୫ ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ଗଣାଯାଏ।

ଏହାର ମାର୍କେଟ କ୍ୟାପ୍ ୭୯୫ ବିଲିୟନ ଡଲାର ଅର୍ଥାତ ୭୦ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ। ୧୪୦ ବର୍ଷ ପୁରୁଣା ଏହି ଔଷଧ କମ୍ପାନୀର ବିଶ୍ୱର ୧୮ ଦେଶରେ କାର୍ଯ୍ୟାଳୟ ରହିଛି ଓ ୧୨୫ ଦେଶଙ୍କୁ ଔଷଧ ଯୋଗାଣ କରୁଛି। ଏହି କମ୍ପାନୀର ପାଖାପାଖି ୪୭ ହଜାର କର୍ମଚାରୀଙ୍କ ୱାର୍କଫୋର୍ସ ଏହାକୁ ଅଦ୍ୱିତୀୟ କରିଛି। ନିବେଶ ନେଇ ଇଲି ଲିଲିର କହିବା କଥା ହେଉଛି ଭାରତର କୁଶଳ ଟାଲେଣ୍ଟ, ମଜଭୁତ ଭିତ୍ତିଭୂମି ଓ ସରକାରଙ୍କ ବିଜନେସ ଫ୍ରେଣ୍ଡଲୀ ନୀତି ହିଁ ଏହାର ମୁଖ୍ୟକାରଣ। କମ୍ପାନୀ ଭାରତକୁ ତାର ବୈଶ୍ୱିକ ହେଲଥ୍ କେୟାର ନେଟୱାର୍କର ବଡ଼ କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛି।

ଇନଭେଷ୍ଟ ଇଣ୍ଡିଆ ସିଇଓ ନିବୃତ୍ତି ରାୟ କହିଛନ୍ତି ଯେ ଇଲି ଲିଲିର ନିବେଶ ଭାରତର କ୍ଷମତା ଓ ନୀତିଗତ ସ୍ଥିରତା ଉପରେ ଭରସାକୁ ଦର୍ଶାଉଛି। ଏହା ନା କେବଳ ଦେଶରେ ହେଲଥ କେୟାରକୁ ମଜଭୁତ କରିବ ବରଂ ଦେଶରେ ମେନୁଫେକ୍ଟଚରିଂକୁ ଗତି ଦେବ। କମ୍ପାନୀ ସୂଚନା ଅନୁସାରେ ଭାରତର ହାଇଦ୍ରାବାଦରେ ନୂଆ ମେନଫକ୍ଚରିଂ ଓ କ୍ୱାଲିଟି ୟୁନିଟ୍ ସ୍ଥାପିତ କରିବ। ଏହି ହବ୍ ପୁରା ଭାରତରେ ଇଲି ଲିଲିର କଣ୍ଟ୍ରାକ୍ଟ ମେନୁଫେକ୍ଚରିଂ ନେଟୱାର୍କ ଦେଖରେଖ କରିବା ସହିତ ଉନ୍ନତ ବୈଷୟିକ ସୁବିଧା ମଧ୍ୟ ପ୍ରଦାନ କରିବ। କମ୍ପାନୀ କହିଛି ଯେ ଖୁବ୍ ଶୀଘ୍ର ଇଞ୍ଜିନିୟର, କେମିଷ୍ଟ, ଆନାଲିଟିକାଲ ସାଇଣ୍ଟିଷ୍ଟ, କ୍ୱାଲିଟି କଣ୍ଟ୍ରୋଲ ଓ ମ୍ୟାନେଜମେଣ୍ଟ ଭଳି ପଦପଦବୀରେ ନିଯୁକ୍ତି ଆରମ୍ଭ କରିବ।