LIVE TV
LIVE TV

ନିୟମ କଡ଼ା କଲେ ସରକାର, ଏବେ ପାନମସଲା ପ୍ୟାକେଟରେ ଏହି ସବୁ କଥା ଲେଖିବା ବାଧ୍ୟତାମୂଳକ

NEWS7
us-media-praises-pm-modis-comments-to-putin-on-ukraine-war

ନୂଆଦିଲ୍ଲୀ ୩।୧୨: ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପାନ ମସଲାର ୧ ଗ୍ରାମ ହେଉ କି ୧୦୦ ଗ୍ରାମର ପ୍ୟାକେଟ୍ ସବୁଥିରେ ରିଟେଲ ସେଲ ପ୍ରାଇସ୍ (ଏମଆରପି) ଓ ସମସ୍ତ ଆଇନଗତ ସୂଚନା ସ୍ପଷ୍ଟ ଭାବେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୦ ଗ୍ରାମ ବା ଏହାଠୁ ଛୋଟ ପ୍ୟାକ୍ କୁ ଏଥିରୁ ବାଦ ଦିଆଯାଉଥିଲା। ହେଲେ ଏବେ ଆଉ ଏହି ଆଶ୍ୱସ୍ତି ମିଳିବ ନାହିଁ। ଦୋକାନୀମାନେ ଛୋଟ ପାଉଚ୍ ପାନମସଲା ଲାଗି ମନଇଛା ଦର ନେଉଥିଲେ। ଏବେ ଏଥିରେ ଏମଆରପି ଲେଖା ଗଲେ ଦୋକାନୀ ଅଧିକ ପଇସା ଦାବି କରିପାରିବେନି।

ଏବେ ସବୁ ପାନମସଲା ପ୍ୟାକେଟରେ ଲେଖାହେବ ଅସଲୀ ମୂଲ୍ୟ କେତେ?ଏଥିରୁ ଗ୍ରାହକ ସହଜରେ ବୁଝି ପାରିବେ ଓ ଶସ୍ତା ମହଙ୍ଗା ମଧ୍ୟରେ ପାର୍ଥକ୍ୟ ବାରି ପାରିବେ। ପୂର୍ବରୁ ଛୋଟ ପ୍ୟାକେଟରେ ଟ୍ୟାକ୍ସ ଚୋରି ସହଜ ଥିଲା। ଏବେ ସରକାରଙ୍କୁ ସଠିକ ଟ୍ୟାକ୍ସ ମିଳିବ ଓ ଟ୍ୟାକ୍ସ ଚୋରି ବନ୍ଦ ହେବ। ଏହା ଦ୍ୱାରା ଦୀର୍ଘାବଧିରେ ସରକାରଙ୍କୁ ଅଧିକ ରାଜସ୍ୱ ମିଳିବ। ଏବେ ପାନ ମସଲା ପ୍ୟାକେଟ୍ ଉପରେ ନେଟ୍ ଓଜନ, ତିଆରି ତାରିଖ, ପ୍ୟାକିଙ୍ଗ ଦିନାଙ୍କ ଓ କମ୍ପାନୀର ନାମ ଠିକଣା ସବୁ ଲେଖିବା ଜରୁରି ହୋଇଯିବ।

ଏଥିରେ ଯଦି ଦୋକାନୀ ଆଗକୁ ପାନମସଲା ପାଇଁ ଅଧିକ ଦର ଦାବି କରିବେ ତେବେ ଗ୍ରାହକ ଅଭିଯୋଗ କରିପାରିବେ। ଆଇନଗତ ମେଟ୍ରୋଲଜି ନିୟମ ଅନୁସାରେ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଜରିମନା ହେବ। ଏଥି ପାଇଁ ଆପଣଙ୍କ ନିକଟରେ ପ୍ରମାଣ ମଧ୍ୟ ରହିବ। ଖାଉଟି ବ୍ୟାପାର ମନ୍ତ୍ରାଳୟଙ୍କ ଅନୁସାରେ ଏହି ପଦକ୍ଷେପ ଦ୍ୱାରା ଛୋଟ ପ୍ୟାକ୍ ରେ ଭ୍ରମିତ କରିବା ଓ ଠକେଇ ରୋକି ହେବ। ଛୋଟ ପାନମସଲା ପ୍ୟାକେଟରେ ଖୁଚୁରା ମୂଲ୍ୟ ପ୍ରଦର୍ଶିତ କରିବାକୁ ପଡିବ ଓ ୨୦୧୧ ନିୟମ ଅନୁସାରେ ସବୁ ଜରୁରି ଘୋଷଣା ପ୍ରଦର୍ଶିତ କରିବାକୁ ପଡିବ।