News7 Logo

ଭାରତ ବଡ଼ ପିଲା, ସ୍କୁଲ୍‌ ଶିଶୁ ନୁହେଁ ... ' : ଟ୍ରମ୍ପଙ୍କ ଟାରିଫ୍‌କୁ ଆମେରିକୀୟ ସାମ୍ୱାଦିକଙ୍କ ସମାଲୋଚନା Share Tweet Share

NEWS7

ନୂଆଦିଲ୍ଲୀ - ରୁଷ୍‌ ଠାରୁ ଭାରତ ତୈଳ କିଣିବା ଦ୍ୱାରା ଆମେରିକା ତା ସହ ଯେଉଁଭଳି ବ୍ୟବହାର କରୁଛି , ତାହା ଠିକ୍‌ ନୁହେଁ। 'ସାଞ୍ଚେଜ୍ ଇଫେକ୍ଟ'ର ଆୟୋଜନ କରୁଥିବା ଆମେରିକୀୟ ସାମ୍ବାଦିକ ରିକ୍ ସାଞ୍ଚେଜ ଏହାକୁ ନେଇ ଟ୍ରମ୍ପ ଓ ଆମେରିକାକୁ ଦୃଢ ନିନ୍ଦା କରିଛନ୍ତି। ରୁଷ୍‌ ଠାରୁ ଅଶୋଧିତ ତୈଳ କ୍ରୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇବା ପଦକ୍ଷେପ , ଏକ ଅପମାନଜନକ ଏବଂ ଅଜ୍ଞତାପୂର୍ଣ୍ଣ ନୀତିକୁ ଦର୍ଶାଉଛି। 

ANI ସହ ଏକ ସାକ୍ଷାତକାରରେ, ସାଞ୍ଚେଜ୍ କହିଛନ୍ତି ଯେ, ଆମେରିକା ଭାରତକୁ ' ସ୍କୁଲଶିଶୁ' ଭଳି ବ୍ୟବହାର କରିବା ଉଚିତ୍ ନୁହେଁ।  ସାଞ୍ଚେଜ୍ କହିଛନ୍ତି, "ଭାରତ ବଡ଼ ପିଲା, କୌଣସି ସ୍କୁଲ ଶିଶୁ ନୁହେଁ।" ସେ ଲକ୍ଷ୍ୟ କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ପ୍ରାୟତଃ ‘ ଦ୍ୱେଷପୂର୍ଣ୍ଣ ଓ ଅଣ-ବୈଜ୍ଞାନିକ ଚିନ୍ତାଧାରା’ରୁ ସୃଷ୍ଟି। ସେ ଭାରତକୁ ନିଜର ସ୍ଥିତି ଉପରେ ତିଷ୍ଠି ରହିବାକୁ ପ୍ରଶଂସା କରିଛନ୍ତି। 

ସାଞ୍ଚେଜ ଦ୍ୱିପାକ୍ଷୀୟ ଶୁଳ୍କ ଉପରେ ଆମେରିକୀୟ ନୀତିକୁ “ଅଧିକାଂଶ ଲୋକଙ୍କ ନଜରରେ ସଂପୂର୍ଣ୍ଣ ଅବାସ୍ତବ” ବୋଲି କହିଛନ୍ତି। ସେ ଭାରତ ସହ ଏହି ପ୍ରକାରର ବ୍ୟବହାର କରିବା ଆମେରିକୀୟ ଦୃଷ୍ଟିକୋଣକୁ ସମାଲୋଚନା କରିଛନ୍ତି। ଅର୍ଥାତ୍‌ ତାକୁ ନିଜର ନିଷ୍ପତ୍ତି ପ୍ରକ୍ରିୟାରେ ପର୍ଯ୍ୟବେକ୍ଷଣର ଆବଶ୍ୟକତା ଅଛି ବୋଲି କହିଛନ୍ତି।

ସାଞ୍ଚେଜ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଭାରତ ଏକ ବଡ଼ ପିଲା , କୌଣସି ସ୍କୁଲର ଛାତ୍ର ନୁହେଁ ଏବଂ ସେ ଭାରତ ଦ୍ୱାରା ନିଜର ତୈଳ ଯୋଗାଣକାରୀଙ୍କୁ ଚୟନ କରିବାରେ, ନିଜର ସ୍ୱାୟତ୍ତତା ଉପରେ ଜୋର ଦିଆଯିବାର ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହାକୁ ଏକ ପରିବର୍ତ୍ତନକାରୀ କ୍ଷଣ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଆହୁରି କହିଛନ୍ତି ଏହା (ଟ୍ରମ୍ପ୍ ପ୍ରଶାସନର) ଏକ ଅପମାନଜନକ ଏବଂ ଅଜ୍ଞତାପୂର୍ଣ୍ଣ ନୀତି ... କାରଣ ସେ ରୁଷ ଦୃଷ୍ଟିକୋଣରୁ ୟୁକ୍ରେନ ଯୁଦ୍ଧର କାରଣକୁ ବୁଝି ନାହାଁନ୍ତି..."।

ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ, ଯାହାକୁ କିଛି ମାତ୍ରାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୁରୁତ୍ୱ ଦେଇଛନ୍ତି , ଅପମାନଜନକ ସେତେବେଳେ ହୋଇଥାଏ ,ଯେତେବେଳେ ଆପଣ ଭାରତ ଭଳି ଦେଶ ସହ, ( ଯାହାର ଇତିହାସ ,ସମ୍ୱଳ ଓ କ୍ଷମତା ସବୁ ରହିଛି ) ଏକ ସ୍କୁଲ୍‌ ପିଲା ଭଳି ବ୍ୟବହାର କରୁଛନ୍ତି। କାରଣ ଭାରତ ଏକ ବଡ଼ ପିଲା କୌଣସି ସ୍କୁଲ ପିଲା ନୁହେଁ। 

ଭାରତ ଦ୍ୱାରା ରୁଷ୍‌ରୁ ତୈଳ କ୍ରୟ ନେଇ ଟ୍ରମ୍ପଙ୍କ ଦ୍ୱାରା କରାଯାଇ ଥିବା ସମାଲୋଚନା ଓ ସେହି ସମାନ ପ୍ରକାରର କାରବାରରେ ଚୀନ ଓ ୟୁରୋପ ଉପରେ ପ୍ରତିବନ୍ଧକ ନଲଗାଇବା ନେଇ ସେ ଟ୍ରମ୍ପଙ୍କ ଅସଙ୍ଗତ ଦୃଷ୍ଟିକୋଣକୁ ଉଲ୍ଲେଖ କରିଛନ୍ତି।

ସାଞ୍ଚେଜ୍ ଚୀନ୍‌ର ତିଆନଜିନ୍‌ରେ ଚାଲିଥିବା ଏସସିଓ ଶିଖର ସମ୍ମିଳନୀ ବିଷୟରେ ମଧ୍ୟ କହିଛନ୍ତି, ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଉଛନ୍ତି। ରବିବାର ଦିନ( ୩୧ ଅଗଷ୍ଟ) ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶି ଜିନପିଙ୍ଗଙ୍କୁ ଭେଟିଥିଲେ।

ସାଞ୍ଚେଜ୍ କହିଛନ୍ତି "ପ୍ରଧାନମନ୍ତ୍ରୀ ମୋଦୀ , ରାଷ୍ଟ୍ରପତି ଜିନ୍‌ପିଙ୍ଗ ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତ ପରିବର୍ତ୍ତନକାରୀ... ମୁଁ ଭାବୁଛି ଟ୍ରମ୍ପ ଏହା ବୁଝି ପାରିଛନ୍ତି ।

Read more in App