ବଲାଙ୍ଗୀର ଏବଂ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି କ୍ୟାମ୍ପରେ ଉତ୍ସାହ

Published By : Prameya-News7 Bureau | May 12, 2024 IST

ବଲାଙ୍ଗୀର ୧୨।୦୫ : ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନିଜେ ପ୍ରାର୍ଥୀ ହୋଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି ସହ ବଲାଙ୍ଗୀରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । 

ଖବର ଅନୁଯାୟୀ, ରବିବାର ପୂର୍ବାହ୍ନ ୧୧ଟାରେ ସିନ୍ଧେକେଲା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଁଚି ସେଠାରେ ଆୟୋଜିତ ସଭାରେ ଲୋକଙ୍କୁ ସମ୍ବୋଧିତ କରିବେ । ପରେ ସେଠାରୁ  ୧୧.୪୦ ରୁ ବାହାରି ୧୧.୫୫ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲର ଗନ୍ଧରେଇ ଖେଲପଡ଼ିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ସେଠାରେ ୧୨ ଟା ଯାଏଁ ଆୟୋଜିତ ସଭାରେ ରହିବେ ମୁଖ୍ୟମନ୍ତ୍ରୀ ।

ଏହାପରେ ୧୨.୫୦ ସମୟରେ ବଲାଙ୍ଗୀର ପୋଲିସ ରିଜର୍ଭ ପଡିଆରେ ଓହ୍ଲାଇ ସେଠାରୁ କୋଶଳ କଳା ମଣ୍ଡପକୁ ଆସିବେ ଏବଂ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ ୧.୩୫ ରୁ ୩.୨୫ ପର୍ଯ୍ୟନ୍ତ ପୁରୁଣା ସର୍କିଟ ହାଉସରେ ବିଶ୍ରାମ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପୋଲିସ ରିଜର୍ଭ ପଡିଆରୁ ହେଲିକେପ୍ଟର ଯୋଗେ ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ।

ତେବେ ବଲାଙ୍ଗୀର ଜିଲ୍ଲାର ୩ଟି ସ୍ଥାନରେ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।  ବଲାଙ୍ଗୀର ସହ ଜିଲ୍ଲା ୩ଟି ସ୍ଥାନରେ ପାଖାପାଖି ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ଶିବିରରେ ଢେର ଉତ୍ସାହ ଦେଖିବାକୁ ମିଳିଛି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.