ନୂଆଦିଲ୍ଲୀ: ଗୋଟିଏ ପଟେ ବାରମ୍ବାର ଭାରତ ବିରୋଧୀ ନିଷ୍ପତ୍ତି ନେଇ ଟ୍ରମ୍ପ ସମ୍ପର୍କ ଖରାପ କରୁଥିବା ବେଳେ ପରୋକ୍ଷରେ ମୋଦୀଙ୍କ ସହ ସମ୍ପର୍କ ବଜାଇ ରଖିବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ସୋସିଆଲ୍ ମିଡିଆରେ ନିଜେ ମୋଦୀଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କେତେବେଳେ ନିଜ ସରକାରୀ ଅଧିକାରୀଙ୍କ ଦ୍ୱାରା ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛନ୍ତି।

ଏହି କ୍ରମରେ ଶନିବାର ଆମେରିକା ରାଷ୍ଟ୍ରଦୂତ ସେର୍ଜିଓ ଗୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏବଂ ମୋଦୀ ଟ୍ରମ୍ପ ଥିବା ଏକ ବଡ଼ ଫଟୋଚିତ୍ର ଉପହାର ଦେଇଛନ୍ତି। ଯେଉଁଥିରେ ଟ୍ରମ୍ପ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ତୁମେ ମହାନ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ସହ ଗୋର ଉଭୟ ପ୍ରତିରକ୍ଷା, ବାଣିଜ୍ୟ ଏବଂ ଟେକ୍ନୋଲୋଜୀ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟର ଏକ ଫଟୋକୁ ନିଜ ସୋସିଆଲ୍ ମିଡିଆ ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ପିଏମ ଲେଖିଛନ୍ତି “ଭାରତରେ ଆମେରିକାର ନିଯୁକ୍ତ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସେର୍ଗିଓ ଗୋରଙ୍କୁ ସ୍ୱାଗତ କରି ମୋତେ ଖୁସି ଲାଗୁଛି। ମୁଁ ନିଶ୍ଚିତ ଯେ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ମୋଦୀଙ୍କ ପ୍ରଶଂସା କରିଥିଲେ ଗୋର। ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ମହାନ ଏବଂ ବ୍ୟକ୍ତିଗତ ବନ୍ଧୁ ବୋଲି ଭାବନ୍ତି। ତେବେ ମୋଦୀଙ୍କ ସହିତ ମୋର ଆଜି ଆଲୋଚନାରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଗୁରୁତ୍ୱ ଉପରେ ହୋଇଛି ବୋଲି ସେ କହିଛନ୍ତି।

ଆମେରିକୀୟ ରାଷ୍ଟ୍ରଦୂତ ଗୋର ଏହା ପର୍ବରୁ ପ୍ରତିରକ୍ଷାମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟି ଆଲୋଚନା କରିଥିଲେ। ଉଭୟ ଭାରତ-ଆମେରିକା ସଂପର୍କ ଓ ଏହାର ବର୍ଦ୍ଧିତ ବିଶ୍ୱ ସ୍ତରୀୟ ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲାଜୟଶଙ୍କର ମଧ୍ୟ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ।