ଭୁବନେଶ୍ୱର:ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ଗୃହରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ ରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ମଧ୍ୟରୁ ପଞ୍ଚାୟତିରାଜ, ଗ୍ରାମୀଣ ଏବଂ ସହରାଞ୍ଚଳ ବିକାଶ ନିମନ୍ତେ ବ୍ୟୟବରାଦ କରାଯାଇଛି। ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ପାଇଁ 142 କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସେତୁବନ୍ଧନ ଯୋଜନା (RIDF)ପାଇଁ୧୨୦କୋଟି ଟଙ୍କା ପ୍ରଦାନ କରାଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ 57 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପଞ୍ଚାୟତିରାଜ ଅନୁଷ୍ଠାନର କୋଠା ନିର୍ମାଣ ପାଇଁ 36 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ORMASକୁ କାର୍ଯ୍ୟକାରୀ ସହାୟତା ବାବଦକୁ ୩୧ କୋଟି ଟଙ୍କା ଯୋଗାଇ ଦିଆଯିବ। ଗ୍ରାମପଞ୍ଚାୟତର ସୂଚନାଶିକ୍ଷା ଏବଂ ଯୋଗାଯୋଗ (IEC)କାର୍ଯ୍ୟକଳାପ ପାଇଁ୧୦କୋଟି ଟଙ୍କାର ବ୍ୟବସ୍ଥାକରାୟାଇଛି। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମସ୍ୱରାଜ ଅଭିଯାନ ଅଧୀନରେ୪୧କୋଟି ଟଙ୍କାଏବଂ PM-JANMANAN (ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ) ଅଧୀନରେ ୩୦ କୋଟି ଟଙ୍କାର ବ୍ୟବସ୍ଥାକରାଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ଭିଭିଭୂମି ବିକାଶ ପାଇଁ୧୦୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନା ଯୋଜନା ଅମୃତ ପ୍ରକଳ୍ପ 2.0 ପାଇଁ ୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସ୍ବଚ୍ଛ ଓଡ଼ିଶା ଅଧୀନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରାଞ୍ଚଳ ନିକାୟ ସଂସ୍ଥାଗୁଡ଼ିକୁ ଅନୁଦାନ ଆକାରରେ୫୦କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସୁଜଳ ଯୋଜନା ଅଧୀନରେ ସହରାଞ୍ଚଳ ଜଳ ଯୋଗାଣ ପାଇଁ WATCOକୁ ୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ୩୦କୋଟି ଟଙ୍କା ଏବଂ ସହରାଞ୍ଚଳ ସଡ଼କ ପରିବହନ ଅଧୀନରେ ୩୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହାର ଯୋଜନା ଅଧୀନରେ ସହରାଞ୍ଚଳର ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।