ଗୋଟିଏ ପରିବାରର ଦୁଇଟି ଝିଅ; ଜଣେ UPSC ଟପ୍ପର , ଆଉ ଜଣଙ୍କର ଲିଷ୍ଟରେ ବି ନାଁ ନାହିଁ

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ:  ମଙ୍ଗଳବାର ଦିନ ପ୍ରକାଶ ପାଇଛି UPSC ରେଜଲ୍ଟ 2024।  ପ୍ରୟାଗରାଜର ଶକ୍ତି ଦୁବେ କରିଛନ୍ତି ଟପ୍। ଏଥିରେ ପରିବାରର ଖୁସି କହିଲେ ନ ସରେ। କିନ୍ତୁ ଗୋଟିଏ ଦୁଃଖ ବି ରହିଯାଇଛି। ଆପଣ ଭାବୁଥିବେ ଦୁଃଖ ପୁଣି କଣ ପାଇଁ , ଘରର ଝିଅତ ଟପ୍ କରିଛି। ଏଠି କହି ରଖୁଛୁ, ଦୁଃଖ ଏଥିପାଇଁ ଯେ ପରିବାରର ଗୋଟିଏ ଝିଅର ଖୁସିକୁ ସେଲିବ୍ରେଟ୍ କରୁଥିବାବେଳେ ଆଉ ଜଣେ ନିରାଶ। ଅର୍ଥାତ ବାପାଙ୍କର ଦୁଇଟି ଝିଅ। ଜଣେ ଟପ୍ କରିଛନ୍ତି ଆଉ ଜଣେ ପାସ୍ ଲିଷ୍ଟରେ ବି ନାହାନ୍ତି, ମାନେ ନିରାଶ।   ଏତେ ସବୁ କଥା କାହା ପାଇଁ ଆପଣ ଅନୁମାନ କରିପାରୁଥିବେ । କାହିଁକିନା ମଙ୍ଗଳବାର ୟୁପିଏସସି ପରୀକ୍ଷା ଫଲାଫଳ ପ୍ରକାଶ ପାଇବା ପରେ ଗୋଟିଏ ନାଁ ସବୁଠି... ଶକ୍ତି ଦୁବେ। ସେ ସଫଳତା ପାଇଥିବା ବେଳେ ତାଙ୍କ ଜାଆଁଳା ଭଉଣୀ ପ୍ରଗତି କିନ୍ତୁ ନିରାଶ। 

ଶକ୍ତି-ପ୍ରଗତି। ଏକାଠି ଜନ୍ମ , ଏକାଠି ବଢ଼ିଲେ।  ଗୋଟିଏ ଲକ୍ଷ୍ୟରେ କରିୟର ଚେଷ୍ଟାରେ ପରୀକ୍ଷା ବି ଦେଲେ । କିନ୍ତୁ  ଫଳ ହେଲାନି ଗୋଟିଏ।  ଦୁହେଁ ଏକାଠି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ଦୁଃଖ ଯେ, ଶକ୍ତି ନଂ-1, କିନ୍ତୁ ପ୍ରଗତିଙ୍କ ନାଁ 1009 ସିଲେକ୍ସନ କ୍ୟାଣ୍ଡିଡେଟ୍ ଲିଷ୍ଟରେ  ବି ନାହିଁ।


ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ବାୟୋ କେମେଷ୍ଟ୍ରି ସ୍ନାତକରେ ଗୋଲ୍ଡ ମେଡାଲିଷ୍ଟ ଶକ୍ତି ଦୁବେ। ବିଏଚୟୁରେ ବି  MScରେ ଗୋଲ୍ଡ ମେଡାଲ। ଆଉ ଏବେ ପଞ୍ଚମ ପ୍ରୟାସରେ ଶକ୍ତି IAS ଟପର୍। ତାଙ୍କ ବାପା ଦେବେନ୍ଦ୍ର ଦୁବେ ଉତ୍ତର ପ୍ରଦେଶ ପୋଲିସରେ ଜଣେ ସବ-ଇନ୍ସପେକ୍ଟର। ସେ କହିଛନ୍ତି ,ସାତ ବର୍ଷ ଧରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଶକ୍ତି।ଏବେ ତାଙ୍କୁ ମିଳିଛି ସଫଳତା। କିନ୍ତୁ ସେ କହିବାକୁ ଭୁଲି ନଥିଲେ ଯେ,  ଶକ୍ତି ପରୀକ୍ଷାରେ ଟପ୍ ହୋଇଥିବା ବେଳେ ମୋର ଆଉ ଗୋଟିଏ ଝିଅ ପ୍ରଗତିର ସ୍ୱପ୍ନ ଏଥର ପୂରା ହୋଇ ପାରିନି। ଯେଉଁଥିପାଇଁ ମୁଁ ଦୁଃଖିତ। ଶକ୍ତି ପରି ପ୍ରଗତି ବି  ପୂର୍ଣ୍ଣ ନିଷ୍ଠାର ସହିତ ପରୀକ୍ଷା ପାଇଁ  ପ୍ରସ୍ତୁତି ଚଳାଇଥିଲେ। ଏଥର ହେଲାନି କିନ୍ତୁ, ସେ ସଫଳତା ପାଇବା ପର୍ଯ୍ୟନ୍ତ ପରିଶ୍ରମ କରି ଚାଲିବେ। ଆଉ ସେ ବି ନିଶ୍ଚୟ ସଫଳତା ପାଇବେ ବୋଲି ବେଶ୍ ଦୃଢତାର କହ କହିଛନ୍ତି ବାପା ଦେବେନ୍ଦ୍ର ଦୁବେ।  

ଟପ୍ପର ଶକ୍ତି ତାଙ୍କ ସଫଳତାର ଶ୍ରେୟ ବାପା, ମା ଏବଂ ଶିକ୍ଷକମାନଙ୍କୁ ଦେଇଛନ୍ତି। ସେ କହିଛନ୍ତି, "ପିଲାଦିନରୁ ମୋ ବାପା,ମା ମୋତେ ପଢ଼ିବାକୁ ପ୍ରେରଣା ଦେଉଥିଲେ । ଶିକ୍ଷକମାନେ ମୋତେ ସବୁବେଳେ ଉତ୍ସାହିତ କରୁଥିଲେ। ମୁଁ ଯେତେବେଳେ ପ୍ରୟାସରେ ବିଫଳ ହେଉଥିଲି, ମୋତେ ସେମାନେ ବୁଝାଉଥିଲେ ଓ ଉତ୍ସାହିତ କରୁଥିଲେ।" ଏହାସହ ଶକ୍ତି କହିଛନ୍ତି,  ମୁଁ ମୋ ବାପାଙ୍କ ବୃତ୍ତିରୁ ପ୍ରେରଣା ପାଇ ସିଭିଲ୍ ସର୍ଭିସରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲି। ମୁଁ ଏପରି ଏକ ପରିବାରରେ ବଢ଼ିଛି ଯେଉଁଠାରେ ମୋ ବାପା ପୋଲିସ ସେବାରେ ଅଛନ୍ତି। ମୁଁ ତାଙ୍କୁ ସରକାରୀ ପୋଲିସ୍ ସେବାରେ କାମ କରୁଥିବା ଦେଖିଛି। ମୁଁ କିଛି ଜିନିଷ ଦେଖିଲି ଯେପରିକି, କ୍ୟାମ୍ପସରୁ ବିଳମ୍ବରେ ଫେରିବା ସମୟରେ ମଧ୍ୟ ପୋଲିସ ଗାଡ଼ିର ଉପସ୍ଥିତି ଜଣକୁ ସୁରକ୍ଷିତ ଅନୁଭବ କରାଏ। ଏହା ମୋତେ ଆଶ୍ଚର୍ଯ୍ୟ କରିଥିଲା ଯେ, ଛୋଟ ଶକ୍ତି ମଧ୍ୟ କାହା ପାଇଁ କିପରି ପରିବର୍ତ୍ତନ ଆଣିପାରେ। ଆଉ ଏକ ସାଧାରଣ ସେବା କିପରି ଲୋକଙ୍କୁ ଲାଭ ପହଞ୍ଚାଉଛି। ଏହା ମୋତେ ଆଗକୁ ବଢ଼ିବାକୁ ଖୁବ୍ ପ୍ରେରଣା ଦେଇଥିଲା। "

 ବଡ଼ କଥା ହେଉଛି ଶକ୍ତି ସାଇନ୍ସ ବ୍ୟାକଗ୍ରାଉଣ୍ଡରୁ। ତଥାପି ସେ ରାଜନୀତି ବିଜ୍ଞାନ ଏବଂ ଇଣ୍ଟରନ୍ୟାସନାଲ୍ ରିଲେସନକୁ ଅପସନାଲ୍ ସବଜେକ୍ଟ ଭାବରେ  ନେଇ ୟୁପିଏସସି କ୍ରାକ୍ କରିଛନ୍ତି । କେବଳ ଶକ୍ତି ନୁହନ୍ତି ଦ୍ୱିତୀୟରେ ଥିବା  ହରସିତା ଗୋୟଲ ଓ ତୃତୀୟରେ ଥିବା ଅର୍ଚ୍ଚିତ ପରାଗ ବି ରାଜନୀତି ବିଜ୍ଞାନ ଏବଂ ଇଣ୍ଟରନେସନାଲ୍ ରିଲେସନକୁ ଅପସନାଲ୍ ସବଜେକ୍ଟ ରଖିଥିଲେ। ବିଭିନ୍ନ ସେବାରେ ନିଯୁକ୍ତି ପାଇଁ UPSC ଦ୍ୱାରା ମୋଟ 1,009 ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ  725 ପୁରୁଷ ଏବଂ 284 ମହିଳା। ଶ୍ରେଷ୍ଠ ପାଞ୍ଚ ଜଣ ଆଶାୟୀଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି। ଏହି ରେଜଲ୍ଟ ଓ ଟପ୍ପରଙ୍କ ରିଆକ୍ସନ ଆଉଥରେ ପ୍ରମାଣିତ କରିଛି ଯେ, ସିଭିଲ୍ ସର୍ଭିସ୍ ବା ୟୁପିଏସସି  ଅଧିକାଂଶଙ୍କ ଲକ୍ଷ୍ୟ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.