ମୁନିଗୁଡ଼ା ୮।୩: ରାୟଗଡ଼ାର ଚର୍ଚ୍ଚିତ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡା ପୋଲିସ । ଏହି ଘଟଣା ପଛର ସତ ଯାହା ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୃତ ଶିଶୁଙ୍କୁ ତାଙ୍କ ନିଜ ଦାଦା ଚନ୍ଦନ ଗନ୍ତାୟତ ହତ୍ୟା କରିଥିବା ଖୁଲାସା କରିଛି ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ୱାତୀ ଏସ୍. କୁମାର ଏହି ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ରାଜଧାନୀରୁ ନିଖୋଜ ଦୁଇ ନାବାଳିକା ଅନୁଗୋଳରୁ ଉଦ୍ଧାର, ନିଖୋଜ ନାବାଳକଙ୍କ ମିଳୁନି ପତ୍ତା

ଏସ୍ପିଙ୍କ ସୂଚନା ଅନୁଯାୟୀ, ୭ ବର୍ଷର ଶିଶୁଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା । ପରେ ନିର୍ମମ ଭାବରେ ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ସାମ୍ନାକୁ ଆସିଛି । ଚନ୍ଦନ ବହୁ ଲୋକଙ୍କ ଠାରୁ ଟଙ୍କା ନେଇ ଉଦ୍ଧାରି ରହିଥିବା ବେଳେ ନିଜ ପରିବାରକୁ ଟଙ୍କା ମାଗିବା ସହ ଘରର ସୁନା ବନ୍ଧକ ରଖି ଅନଲାଇନ ଗେମ୍ ଖେଳିଥିଲା । ଏହା ସତ୍ୱେ ଅଭିଯୁକ୍ତ ଚନ୍ଦନ ନିଜ ମା’ଙ୍କ ଆକାଉଣ୍ଟକୁ ଆସିଥିବା ଧାନ ବିକ୍ରି ଟଙ୍କା ମଧ୍ୟ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲା । ଯାହାକୁ ନେଇ ଘରେ କଳହ ଲାଗି ରହିଥିଲା । ତେବେ ଉକ୍ତ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ପୁତୁରାକୁ ହତ୍ୟା କରିଥିଲା ଅଭିଯୁକ୍ତ ଚନ୍ଦନ ଓ ହତ୍ୟା ପରେ ଅପହରଣର ନାଟକ ରଚିଥିଲା । ତେବେ ଟଙ୍କା ଲୋଭରେ ଏହି ଅପରାଧ ଘଟାଇଥିବା ସ୍ପଷ୍ଟ କରିଛନ୍ତି ଏସ୍ପି । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।