News7 Logo

ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ, ମାଲାମାଲ ହେବେ ମତ୍ସ୍ୟଜୀବୀ

NEWS7
shark

ଭୋଗରାଇ ୦୫/୦୯: ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଅନ୍ତର୍ଜାତୀୟ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ଦେଖିବାକୁ ଏମିତି ଦୃଶ୍ୟ । ଏହି ସାର୍କ ମାଛର ଓଜନ ୨ କୁଇଣ୍ଟାଲ ଓଜନର ହେବ ବୋଲି କୁହାଯାଉଛି । 
ସୂଚନା ଥାଉକି, ଦୀଘା ସଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀ ମାନଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା । ପରେ ମୋହନାର ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ପାଇଁ ଅଣାଯାଇଥିଲା । ମାଛଟି ବିରାଟ କାୟ ହୋଇଥିବାରୁ ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ଭିଡ଼ ଲାଗିଥିଲା । ମାଛଟିର ବିଭିନ୍ନ ଅଂଶ ଔଷଧ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ମାଛଟିର ଅଧିକ ଚାହିଦା ରହିଥାଏ ।