LIVE TV

ମଦ ପିଇ ପୋଲିସକୁ ଆକ୍ରମଣ, ଥାନାରେ ଦୁଇ ଯୁବକ ଅଟକ

NEWS7
gopa police station

କୋଣାର୍କ ୦୮।୧୦ : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଗୋପ ଥାନା ଗଣେଶ୍ୱରପୁର ଗାଁ ପଞ୍ଚାୟତର ସୁଶାନ୍ତ କୁମାର ନାୟତ ଏବଂ ସୋରିଷିଆପଦା ଗାଁର ପ୍ରଦୀପ୍ତ କୁମାର ବେହେରା ଅତ୍ୟଧିକ ମଦ୍ୟପାନ କରି ଥାନା ପରିସରରେ କାର୍ଯ୍ୟରତ ଏସ୍‌ଆଇ ବୁଲୁ ସେଠୀଙ୍କୁ ଆକ୍ରମଣ କରିଥିଲେ । ଯାହାପରେ ପୋଲିସ ଉଭୟ ଯୁବକଙ୍କୁ ନିଶାଶକ୍ତ ଅବସ୍ଥାରେ ଗୋପ ଥାନାରେ ଅଟକ ରଖି ଜେରା କରୁଛି । କେଉଁ କାରଣ ଉଭୟ ମଦ ପିଇ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ପୋଲିସକୁ ଆକ୍ରମଣ କରିବା ପାଇଁ କିପରି ସାହସ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଟକ ଥିବା ଯୁବକଙ୍କୁ ଜେରା ପରେ ପୁରା ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।