ସୋର: କାଳ ସାଜିଲା ବଜ୍ରାଘାତ। ଅକାଳରେ ନେଇଗଲା ଦୁଇ ଦୁଇଟି ଜୀବନ। ଶନିବାର ଅପରାହ୍ନରେ ସୋର ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଏବଂ ରାଇପିତାମ୍ବରପୁର ଗାଁରେ ବଜ୍ରାଘାତରେ ଦୁଇ ଜଣକ ଜୀବନ ଯାଇଥିବାବେଳେ ଜଣେ ଆହତ ହୋଇଛନ୍ତି।ମୃତକ ହେଉଛନ୍ତି ଦୟା ମଳିକ ଏବଂ ବାବୁରା ବିଶ୍ବାଳ। ସେହିଭଳି ସୁରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ବଜ୍ରାଘାତରେ ଆହତ ହୋଇଛନ୍ତି l ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସେହିପରି ରାଇପିତlମ୍ବର ଗ୍ରାମ ନିକଟ ଦିଗି ଗ୍ରାମର ଭରତ ଜେନାଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇ ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ସେପଟେ ଖବର ପାଇ ବିଧାୟକ ମାଧବ ଧଡ଼ା, ବ୍ଲକ ଅଧ୍ୟକ୍ଷା ଅନୁସୂୟା ମଳିକ ଓ ଉପାଧ୍ୟକ୍ଷ ଭ୍ରମର ନାୟକ ଡାକ୍ତରଖାନାରେ ପହଞ୍ଚି ମୃତ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାତିରେ ଶବ ବ୍ୟବଚ୍ଛେଦ ପାଇଁ ବିଧାୟକ ପ୍ରଶାସନ ସହିତ ଯୋଗାଯୋଗ କରି ଆହତ ଓ ମୃତ ପରିବାର କିପରି ସରକାରୀ ସହାୟତା ପାଇପାରିବେ ସେନେଇ ପ୍ରଶାସନକୁ ଜଣାଇଥିବା କହିଛନ୍ତି ।