ସୋର ୩୦।୪: ଅକ୍ଷୟତୃତୀୟାରେ ଅଘଟଣ । ଟ୍ରାକ୍ଟର ଓଲଟି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି l ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୁରୁଣିଆ ଗ୍ରାମରେ ଘଟିଛି ଏଭଳି ଅଘଟଣ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୁରୁଣିଆ ଗ୍ରାମର ନୀଳକଣ୍ଠପୁର ଯିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଯଇଥିଲା । ଫଳରେ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ତାଳକୁରୁଣିଆ ଗ୍ରାମର ସତ୍ୟଜିତ ମଲ୍ଲିକ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ ସେହି ଗାଁର ଦୀନେଶ ପାଣିଗ୍ରାହୀ ୧୦ମରେ ପଢୁଥିଲେ l ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l
You Can Read:
ଓଡ଼ିଶାର ଚାଷୀ ସବୁଠୁ ଦୁଃଖରେ ଅଛନ୍ତି, ଏ ସରକାର ସମୟରେ କଟନୀ ଛଟନୀ ଅଧିକ ହୋଇଛି : ରାମଚନ୍ଦ୍ର କାଡାମ