ସାଲେପୁର: ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ବିଜେପି ନେତା ଅରିନ୍ଦମ ରଏ। କଟକ ଜିଲ୍ଲା ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ନାନ୍ଦୋଳ ପଞ୍ଚାୟତରେ ନିଜ କର୍ମୀ ଓ ଚାଷୀ ଭାଇଙ୍କ ସହ ଅଖିମୁଠି କରିବା ସହ ହଳ କରିଛନ୍ତି ଅରିନ୍ଦମ।
ଏହି ଅବସରରେ ସେ କହିଛନ୍ତି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରୟାସ କରୁଛନ୍ତି । ଏହା ସହ ଚାଷୀ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ଯାହାଦ୍ଵାରା ଚାଷୀ କୂଳର ଉନ୍ନତି ହେବ।
ସେପଟେ ଏହି ଅବସରରେ ଜଣେ ଚାଷୀ କହିଛନ୍ତି ବର୍ତ୍ତମାନ ହଳ ଲଙ୍ଗଳର ଚାହିଦା କମିଗଲାଣି, ମେସିନ ସାହାଯ୍ୟରେ ଚାଷକୁ ପସନ୍ଦ କରାଯାଉଛି। ହେଲେବି ହଳ ଲଙ୍ଗଳରେ ଚାଷ କରିବା ଆତ୍ମସନ୍ତୋଷ ଦିଏ ବୋଲି କହିଛନ୍ତି ଚାଷୀ।