ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଦଣ୍ଡ, ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

NEWS7
senior-bjd-leader-ashok-panda-targets-odisha-govt

ରାୟଗଡ଼ା ୨୩।୧୨ : ସ୍ତ୍ରୀ ହତ୍ୟାକାରୀକୁ ଦଣ୍ଡାଦେଶ । ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଲେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

୨୦୨୨ ମସିହା ନଭେମ୍ବର ୧୧ ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ କୈଶଲ୍ୟା ନିଜ ସ୍ତ୍ରୀଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା । ଆଉ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା । ଶେଷରେ ୨ ବର୍ଷରୁ ଅଧିକ ସମୟର ଶୁଣାଣି ପରେ ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ସମସ୍ତ ସାକ୍ଷ୍ୟକୁ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅନାଦେୟ ହେଲା, ତେବେ କାର୍ଯ୍ୟାନୁଷ୍ଠାନ କଠୋର ହେବ ବୋଲି ଜଜ୍ ମଧ୍ୟ କହିଛନ୍ତି ।