Live Live
LIVE

୧୭ ବର୍ଷର ପୁଅ ପାଇଁ ଦୁଇ ପ୍ରେମିକା ହାତାହାତି:ବ୍ଲେଡ୍ ଆକ୍ରମଣ ପରେ ଫୁଟିଲା ଗୁଳି...

NEWS7
senior-bjd-leader-ashok-panda-targets-odisha-govt

ନୂଆଦିଲ୍ଲୀ : ବଲିଉଡ୍ ର ଚର୍ଚ୍ଚିତ ଫିଲ୍ମ 'ଏକ୍ ଫୁଲ୍ ଦୋ-ମାଲି' କାହାଣୀର ଏହା 'ଏକ ମାଲି ଦୋ ଫୁଲ୍'ର ରିଅଲ ଷ୍ଟୋରୀ। କାରଣ ସମୟ ବଦଳିବା ସହ ପ୍ରେମ, ହିଂସା ଓ ଘଟଣା ବଦଳିଛି। ଏବେ ଏହାର ପରିଣତି ଭୟଙ୍କର ହୋଇଛି । ପ୍ରେମିକ କାହାର ଲଢେଇରେ ଦୁଇ ପ୍ରେମିକାଙ୍କ ମଧ୍ୟରେ ବିବାଦ ବ୍ଲେଡ୍ ରୁ ବନ୍ଧୁକ ଯାଏଁ ଯାଇଛି। ଦିଲ୍ଲୀରେ ଘଟିଥିବା ଏହି ଘଟଣାଟି ସୋସିଆଲ୍ ମିଡିଆରେ ଏବେ ଟ୍ରେଣ୍ଡ୍ କରୁଛି।

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଆରକେ ପୁରମରେ ଜଣେ ୧୭ ବର୍ଷୀୟ ପ୍ରେମିକକୁ ନେଇ ଦୁଇ ଝିଅଙ୍କ ମଧ୍ୟରେ ଗଣ୍ଡଗୋଳ। ପ୍ରେମର ଜିଦ୍ ରେ ସବୁ ସୀମା ପାର୍ କଲେ ପ୍ରେମିକା ନେହା। ପ୍ରେମିକ ପାଇଁ ପ୍ରେମିକା ନେହା ଅନ୍ୟ ଜଣେ ନବାଳିକା ଉପରେ ଆକ୍ରମଣ କରିବାକୁ ପଛେଇଲାନି। ସେ ଆକ୍ରମଣ ଏମିତି ଥିଲା ଯେ, ଶୁଣି ଆପଣଙ୍କ ଲୋମ ବି ଟାଙ୍କୁରି ଯିବ। ପୂରା ଘଟଣା କିଛି ଏମିତି...

ଘଟଣା ୧

ଆରକେ ପୁରମର ସେକ୍ଟର ୨ରେ ଥିବା ହନୁମାନ ମଜଦୁର କ୍ୟାମ୍ପରେ ରୁହନ୍ତି ନେହା। ସେ ଜଣେ ପୁଅକୁ ଭଲ ପାଉଥିଲେ। ଦିନେ ଆରକେ ପୁରମର ସେକ୍ଟର ୩ରେ ଏକ ପାର୍କରେ ନେହା ତାଙ୍କ ୧୭ ବର୍ଷୀୟ ପ୍ରେମିକଙ୍କୁ ଜଣେ ନାବାଳକ ଝିଅ ସହିତ ଦେଖିବାକୁ ପାଇଥିଲେ। ଯାହା ଦେଖି ନେହା ଖୁବ୍ ରାଗି ଯାଇଥିଲା। ଆଉ ସେ ଝିଅଠୁ ଦୂରେଇ ରହିବାକୁ ନିଜ ପ୍ରେମିକକୁ ଧମକ ବି ଦେଇଥିଲେ। ଏତିକିରେ ନେହାର ବୁଝିନଥିଲା ମନ।  କିଛି ଦିନ ପରେ, ନେହା ସେକ୍ଟର-୩ ପାର୍କରେ ପ୍ରେମିକ ସହ ବୁଲୁଥିବା ସେହି ନାବାଳିକା ଝିଅଟିକୁ ଦେଖିଥିଲେ। ଯାହାର ସୁଯୋଗ ନେଇ ନେହା, ତାଙ୍କ ଭଉଣୀ ଅଞ୍ଜଳି ଏବଂ ଅନ୍ୟ ଛଅରୁ ସାତ ଜଣ ନାବାଳକ ପୁଅଙ୍କ ସହିତ ମିଶି ଏକ ବ୍ଲେଡ୍ ରେ ସେହି ନାବାଳିକା ଝିଅଟିକୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ଗାଲକୁ ବ୍ଲେଡ୍ ରେ କାଟି ଦେଇଥିଲେ। ଏହାସହ ଶରୀରର ଅନ୍ୟ ସ୍ଥାନରେ ବି ଆଘାତ ଦେଇଥିଲେ। ସେଠାରେ ଉପସ୍ଥିତ ଲୋକେ ବାଳିକାଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲକୁ ନେଇଯାଇଥିଲେ। ଏହା ପରେ ଘଟଣାରେ ଆସିଥିଲା ଟ୍ୱିଷ୍ଟ...

ଘଟଣା ୨

ଏହି ସମୟରେ, ତିହାର ଜେଲରେ ବନ୍ଦୀଥିଲେ ଆକ୍ରମଣର ଶିକାର ହୋଇଥିବା ନାବାଳିକା ଝିଅର ଭାଇ।  ଜେଲରେ ଥିବା ସମୟରେ ସେ  ଭଉଣୀ ଉପରେ ଆକ୍ରମଣ ବିଷୟରେ ଶୁଣିବାକୁ ପାଇଥିଲେ । ସେ ନେହା ଏବଂ ତାଙ୍କ ସାଥୀମାନଙ୍କୁ ଆକ୍ରମଣ କରିବାକୁ ତାଙ୍କ ବନ୍ଧୁ ବିକାଶଙ୍କୁ ନିର୍ଦ୍ଦେଶ ଦେଇଥିଲା। ବିକାଶ ତାଙ୍କ ସହଯୋଗୀମାନଙ୍କ ସହିତ ଏକ ରଣନୀତି ପ୍ରସ୍ତୁତ କରିଥିଲା। ପରେ  ସାତରୁ ଆଠ ଜଣ ଅପରାଧୀ ନେହାଙ୍କୁ ଖୋଜିବାକୁ ଲାଗି ପଡ଼ି ଥିଲେ। ନେହାଙ୍କୁ ଆରକେ ପୁରମରେ ଦେଖାଯାଇଥିଲା ଏବଂ ସେମାନେ ତାଙ୍କ ପିଛା କରିଥିଲେ। ନେହା ଆରକେ ପୁରମର  କ୍ୟାମ୍ପରେ ପ୍ରବେଶ କରିଥିଲେ। ସେମାନେ ଭାବିଥିଲେ ଯେ ନେହା ଏକ ନିର୍ଦ୍ଦିଷ୍ଟ ଘରେ ପ୍ରବେଶ କରିଛନ୍ତି। ସନ୍ଦେହ କରି ଫ୍ରେବୃଆରୀ ୨୪ ତାରିଖରେ, ସେହି ଦୁର୍ବୃତ୍ତମାନେ ଏହି ଘରର ଫାଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତା'ପରେ ସେମାନେ ଗୁଳି ଚଳାଇଥିଲେ। କିନ୍ତୁ, ଦୁର୍ଭାଗ୍ୟବଶତଃ ଏହି ଘରଟି ଅନ୍ୟ କାହାର ଥିଲା। ଯାହା ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

Also Read :ରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ଜୀବନ, ଭାଇରାଲ ହେଉଛି ୟୁଟ୍ୟୁବରଙ୍କ ଶେଷ ଭିଡିଓ

ପରେ ଉଭୟ ପକ୍ଷର ଅଭିଯୋଗ ଆଧାରରେ ଆରକେ ପୁରମ ପୋଲିସ ଷ୍ଟେସନରେ କ୍ରସ୍-ଏଫଆଇଆର ରୁଜୁ ହୋଇଛି। ନାବାଳିକା ଝିଅ ଉପରେ ଆକ୍ରମଣ ପାଇଁ ନେହା ଏବଂ ତାଙ୍କ ଭଉଣୀ ଅଞ୍ଜଳିଙ୍କୁ ଗିରଫ କରାଯାଇଛି। ନେହାଙ୍କ ଅଭିଯୋଗ ଆଧାରରେ ମଧ୍ୟ ସେହି ଦୁର୍ବୃତ୍ତ ମାନଙ୍କୁ ଗିରଫ କରାଯାଇଛି। ପୋଲିସ୍ ଏହି ଘଟମାର ନାବାଳକ ପୁଅକୁ ଡାକି ପଚରା ଉଚୁରା କରିଛି। ପୂରା ଘଟଣା ପରେ ଗୋଟିଏ କଥା ମନକୁ ଆସୁଛି ପ୍ରେମ କଣ ଏତେ ହିଂସାତ୍ମକ ହୋଇପାରେ।