LIVE TV

ଜଗାକୁ ମିଳିଲା ସାତ ଜନ୍ମର ସାଥୀ, ଦୁଇ ଦିବ୍ୟାଙ୍ଗଙ୍କ ନିଆରା ପ୍ରେମ କାହାଣୀ

NEWS7
Bhadrak

ଭଦ୍ରକ:  ଏମିତି ଏକ ପ୍ରେମ କାହାଣୀ ଯାହା ଏବେ ଅନେକଙ୍କ ପାଇଁ  ପାଲଟିବ ଉଦାହରଣ ।  ଖବରର ଶିରୋନାମା ପାଲଟନ୍ତି ଅନେକ ପ୍ରେମୀ ଯୁଗଳଙ୍କ ସହ ବିବାହିତ ଯୋଡ଼ି । ଆସେ ମାଳ ମାଳ ଅଭିଯୋଗ ଯାହାକୁ ସମାଜ କହେ ପ୍ରେମ ଓ ପ୍ରତାରଣା ର କାହାଣୀ । କିନ୍ତୁ ଏଠି ଆମେ କହିବୁ ଏମିତି ଏକକ ନିଆରା ପ୍ରେମ କାହାଣୀ,  ଯାହାକୁ ଦେଖିଲେ ଆପଣ କହିବେ ସତରେ ପ୍ରେମରେ ରଙ୍ଗ, ରୂପ ଓ ଚେହେରା ସହ ଭଦ୍ରକ ରୁ ଦେଖିବା ଦୁଇ ଦିବ୍ୟାଙ୍ଗ ଙ୍କ ପ୍ରେମ ଓ ବିବାହ ର କଥା ।

ଭଦ୍ରକ ଜିଲ୍ଲା କୋଡ଼ବରୁଆଁର ଜଗନ୍ନାଥ ଜେନା । ଜନ୍ମରୁ ଦୁଇ ଦୁଇ ଗୋଡ ନାହିଁ କି ଦୁଇ ହାତ ବି ନାହିଁ । ସେଇଥି ପାଇଁ ବାପା ଓ ମାଆ ନାମ ଦେଇଥିଲେ ଜଗା ବଡ଼ ହେବା ପର ଠାରୁ ଏ ପର୍ଯ୍ୟନ୍ତ ଭାଇ ଓ ଭାଉଜ ଜଗାଙ୍କ ଦେଖାଶୁଣା କରନ୍ତି । ୧୦୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ନିଜ ପାଇଁ ରୋଜଗାର ମଧ୍ୟ କରି ପାରନ୍ତି ନାହିଁ ଜଗା । ଏମିତି ସମୟ ଠିକ୍ ବର୍ଷ ତଳେ ହଠାତ ଜଗାଙ୍କ ସହ ଭେଟ ହୁଅନ୍ତି ନମିତା ମହାକୁଡ। ନମିତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ । ସେ ମଧ୍ୟ ୮୦ ପ୍ରତିଶତ ଦିବ୍ୟାଙ୍ଗ । ନମିତା ବର୍ଷକର ହୋଇଥିବା ବେଳେ ଏକ ଦୁର୍ଘଟଣାରେ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ସେହି ଅଘଟଣ ତାଙ୍କୁ ମଧ୍ୟ ଦିବ୍ୟାଙ୍ଗ ସଜେଇ ଦେଇଥିଲା । ଏବେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଉଭୟ କୁହନ୍ତି ଯେ ତାଙ୍କର ବର୍ଷ ତଳେ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟ ରେ ଭଲପାଇବା ଆରମ୍ଭ ହୋଇଥିଲା । ପରେ ଉଭୟ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କ ସମର୍ଥନ ଥିଲେ ମଧ୍ୟ ଆର୍ଥିକ ସମ୍ବଳ ଉଭୟଙ୍କ ବିବାହରେ ବାଧା ହୋଇଥିଲା । ପରେ କୋଡବରୁଆଁ ସରପଞ୍ଚଙ୍କ ପ୍ରତିନିଧି ଆଶିଷ ମହାନ୍ତିଙ୍କ ଉଦ୍ୟମରେ ଉଭୟ ଭଦ୍ରକ ସହରର ବଙ୍କ ବାସୁଳି ମନ୍ଦିରରେ ବିବାହରେ ଆବଦ୍ଧ ହୋଇଛନ୍ତି । ଜଗା ଙ୍କ ଭାଉଜ କହିନ୍ତି ଯେ ଜଗାକୁ ପୁଅ ଭଳି ସେବା କରୁଥିଲିଜଗାର ବାହାଘର ପରେ ମୋତେ ଝିଅ ଟିଏ ମଧ୍ୟ ମିଳିଛି । ଉଭୟଙ୍କ ସେବା ଏବେ ମୋ ଦାୟିତ୍ଵ । ଆଜିର ସମୟରେ ପ୍ରେମ ଓ ପ୍ରତାରଣା ଠାରୁ ଏହି ଦିବ୍ୟାଙ୍ଗଙ୍କ ପ୍ରେମରୁ ଆରମ୍ଭ ସମ୍ପର୍କ ବିବାହର ରୂପ ନେବା ପରେ ଅନେକଙ୍କ ପାଇଁ ଉଦାହରଣ ହେବ ନିଶ୍ଚିତ।