କାଳ ସାଜିଲା ଡେଲିଭରୀ ପାର୍ସଲ ! ଫାଟିଗଲା ଇଲେକ୍ଟ୍ରୋନିକ୍ ମେସିନ, ଚାଲିଗଲା ବାପ-ଝିଅର ଜୀବନ

Published By : Prameya-News7 Bureau | May 02, 2024 IST

Internet

ନୂଆଦିଲ୍ଲୀ: କାଳ ସାଜିଲା ଡେଲିଭରୀ ପାର୍ସଲ। ଆସିଥିବା ପାର୍ସଲ ଆଇଟମକୁ ଇଲେକ୍ଟ୍ରି ସଂଯୋଗ କଲାବେଳେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ସାବରକାନ୍ତ ଜିଲ୍ଲାରେ। ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଏକ ପାର୍ସଲ ଡେଲିଭରୀ କରାଯାଇଥିଲା। ତେବେ ସେଥିରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଥିଲା। ତେବେ ପାର୍ସଲକୁ ଫିଟାଇ ବିଦ୍ୟୁତ ସଂଯୋଗ ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟାନକ ଥିଲା ଯେ ବିସ୍ଫୋରଣ ହେବାପରେ ବାପା ଓ ଝିଅର ମୃତ୍ୟୁ ହୋଇଛି।  ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। 

ୱାଡାଲି ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ଜିତେନ୍ଦ୍ର ରାବରୀ କହିଛନ୍ତି ଯେ ଏହି ଘଟଣା ବେଦ ଗ୍ରାମରେ ଘଟିଛି। ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପାର୍ସଲ ଡେଲିଭରୀ କରାଯାଇଥିଲା। ଇଲେକ୍ଟ୍ରୋନିକ୍ ମେସିନର ପ୍ଲଗ୍ ଲଗାଯିବା ମାତ୍ରେ ବିସ୍ଫୋରଣ ଘଟିଥଲା ବୋଲି ସେ କହିଛନ୍ତି। ଏଥିରେ ଜିତୁ ଭାନଜାରା (33) ଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତଙ୍କୁ ୱାଡାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସେଠାରୁ ହିମାତ୍ନଗର ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ଭାନଜାରାଙ୍କ ୧୧ ବର୍ଷର ଝିଅ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।  ତାଙ୍କ ଭଉଣୀ ଏବଂ ସମ୍ପର୍କୀୟ ଭାଇଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ଏବେ ଭେଣ୍ଟିଲେଟରରେ ଅଛନ୍ତି।

ପୀଡିତାର ଜଣେ ସମ୍ପର୍କୀୟ କହିଛନ୍ତି ଯେ ପାର୍ସଲଟି ଏକ ଅଟୋରିକ୍ସାରେ ଡେଲିଭରୀ କରାଯାଇଥିଲା। ପରିବାର ପକ୍ଷରୁ ଏହା ଅର୍ଡର କରାଯାଇଥିଲା କି ନାହିଁ ପୋଲିସ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.