News7 Logo

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ପ୍ରେମ ନିବେଦନ, ବନ୍ଧାହେଲେ ଟିଉସନ ସାର୍

NEWS7
ckl

ଚଣ୍ଡିଖୋଲ ୧୩।୦୯ : ଟିଉସନ ସାର୍‌ଙ୍କୁ ମହଙ୍ଗା ପଡିଲା ପ୍ରେମ ନିବେଦନ  ଟିଉସନ ଛାତ୍ରୀଙ୍କ ପ୍ରେମ ନିବେଦନ କରି ବନ୍ଧା ହେଲେ ଟିଉସନ ସାର୍‌ । ଯାଜପୁର ଜିଲ୍ଲା ବଇରୀ ଥାନା କାଇମାଟିଆ ପଞ୍ଚାୟତରୁ ଆସିଛି ଏପରି ଏକ ଘଟଣା । ଯାହାପରେ ପୁଣି ଥରେ ଛାତ୍ର ଏବଂ ସାର୍‌ଙ୍କ ସଂପର୍କରେ ଲାଗିଛି କଳଙ୍କ ।

ଖବର ଅନୁଯାୟୀ, କାଇମାଟିଆ ପଞ୍ଚାୟତର ସୌମ୍ୟ ରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟିଉସନ୍ କରନ୍ତି । ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଅସଦାଚରଣ କରିଥିବାର ଅଭିଯୋଗ ଆସୁଥିଲା । ଯାହାକୁ ନେଇ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ପକ୍ଷରୁ ବଇରୀ ଥାନାରେ ସାର୍‌ଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ବଇରୀ ଥାନା ପୋଲିସ ତଦନ୍ତ କରି ଟିଉସନ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।