LIVE TV

ମୁଁ ଭାରତ ସହିତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବହୁତ ଘନିଷ୍ଠ: ବ୍ରିଟେନ୍‌ରେ ଏପରି କାହିଁକି କହିଲେ ଟ୍ରମ୍ପ ?

NEWS7
turmp say I am very close to India and Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏବେ ଡୋନାଲ୍ଡ ଟ୍ରମ୍ପଙ୍କର ସ୍ୱର ବଦଳିବାରେ ଲାଗିଛି। ବୁଧବାର ମୋଦୀଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ମୋଦୀ ଭଲ କାମ କରୁଛନ୍ତି ବୋଲି କହିଥିଲେ। ଗୁରୁବାର ପୁଣିଥରେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ବ୍ରିଟେନ ଗସ୍ତ ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କ ସହିତ ମିଡିଆକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ମୁଁ ଭାରତ ସହିତ ବହୁତ ଘନିଷ୍ଠ।

ସେ କହିଛନ୍ତି “ମୁଁ ଭାରତର ବହୁତ ନିକଟତର, ଭାରତର ପ୍ରଧାନମନ୍ତ୍ରୀଙ୍କର ବି ବହୁତ ନିକଟତର। ମୁଁ ଅନ୍ୟ ଦିନ ତାଙ୍କ ସହ କଥା ହୋଇଥିଲି। ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲି। ଆମର ବହୁତ ଭଲ ସମ୍ପର୍କ ଅଛି।” ଋଷ ଠାରୁ ତେଲ କିଣିବା ନେଇ ଟ୍ରମ୍ପ ଏବେ ୟୁରୋପକୁ ସମାଲୋଚନା କରୁଛନ୍ତି। ଏହାରି ଭିତରେ ଭାରତ ପ୍ରତି ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି।       

ଟ୍ରମ୍ପ କହିଛନ୍ତି "ମୁଁ ଜାଣିଲି ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷରୁ ତେଲ କିଣୁଛନ୍ତି। କିନ୍ତୁ ମୁଁ ତାଙ୍କୁ କହିଲି ଯେ ଆପଣ ଜାଣନ୍ତି, ମୁଁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚୀନ୍ ବର୍ତ୍ତମାନ ଆମେରିକାକୁ ବହୁତ ବଡ଼ ଶୁଳ୍କ ଦେଉଛି, ମୁଁ ଅନ୍ୟ କିଛି ବି କରିପାରିବ। କିନ୍ତୁ ମୁଁ ଯେଉଁ ଲୋକମାନଙ୍କ ପାଇଁ ଲଢ଼ୁଛି ସେମାନେ ରୁଷରୁ ତେଲ କିଣିବା  ବନ୍ଦ ନ କଲା ପର୍ଯ୍ୟନ୍ତ ମୁଁ ଆଉ କିଛି କରିବିନି। ଯଦି ତେଲ ମୂଲ୍ୟ ହ୍ରାସ ପାଏ, ତେବେ ରୁଷ ସମାଧାନ କରିବ। ଏବଂ ତେଲ ମୂଲ୍ୟ ବହୁତ ହ୍ରାସ ପାଇଛି  ମଧ୍ୟ।"