LIVE TV

ନିଜ ଦେଶର ବାଣିଜ୍ୟ ବିଭାଗ କଥା ମାନିଲେନି ଟ୍ରମ୍ପ, ଟ୍ରକ ଆମଦାନୀ ଉପରେ ଲଗାଇଲେ ୨୫%  ଶୁଳ୍କ

NEWS7
Trump Defies Trade Dept, Imposes 25% Truck Tariff

ନୂଆଦିଲ୍ଲୀ: ଏକାଧିକ ଆମଦାନୀ ସାମଗ୍ରୀ ଓ ଔଷଧ ଆଦି ଉପରେ ଟାରିଫ ଲଗାଇଥିବା ପରେ ଏବେ ଟ୍ରକ୍ ଓ ଏହାର ପାର୍ଟ୍ସ ଆମଦାନୀ ଉପରେ ବି ଟାରିଫ ଲଗାଇଛନ୍ତି ଟାରିଫ କିଂ ଡୋନାଲ୍ଡ ଟ୍ରମ୍ପ। ଆମେରିକାକୁ ଆମଦାନୀ ହେଉଥିବା ସମସ୍ତ ମିଡିୟମ ଓ ହେଭି ଡ୍ୟୁଟି ଟ୍ରକ ଉପରେ ୨୫ ଶୁଳ୍କ ଲାଗୁ କରାଯିବ। ଶୁକ୍ରବାର ଏହି ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଫଳରେ ଏହି ନୂଆ ଶୁଳ୍କ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଯିବ। 

ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଆମଦାନୀ ଖର୍ଚ୍ଚ ପୂରଣ କରିବା ପାଇଁ ଆମେରିକୀୟ ଅଟୋ ଏବଂ ଇଞ୍ଜିନ ଉତ୍ପାଦନ ପାଇଁ ୩.୭୫ ପ୍ରତିଶତ କ୍ରେଡିଟ୍ ବୃଦ୍ଧି କରାଯାଇଛି।​​​​​​​ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ଶୁଳ୍କ ଲାଗୁ କରାଯାଉଛି ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଅଧିକରୁ ଅଧିକ ଅଟୋ ଉତ୍ପାଦନକୁ ଯୁକ୍ତରାଷ୍ଟ୍ରକୁ ସ୍ଥାନାନ୍ତରିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଆମେରିକା କହିଛି।

​​​​​​​ତେବେ ଆମେରିକାର ଏହି ନିଷ୍ପତ୍ତି ମେକ୍ସିକୋ ପାଇଁ ଏକ ବଡ଼ ଆଘାତ ହୋଇପାରେ। କାରଣ ଏହି ଦେଶ ଆମେରିକାକୁ ସର୍ବାଧିକ ମଧ୍ୟମ ଏବଂ ହେବି ଡ୍ୟୁଟି ଟ୍ରକର ରପ୍ତାନି କରେ। କେବଳ ସେତିକି ନୁହେଁ, ବସ୍ ଉପରେ ବି ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଚିନ୍ତା କରୁଛି ଆମେରିକା।

ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଟୋମେକରମାନେ ୨୦୩୦ ପର୍ଯ୍ୟନ୍ତ ଆମେରିକାର ଆସେମ୍ବଲ୍ଡ ଯାନଗୁଡ଼ିକ ପାଇଁ ସୁପାରିଶ କରାଯାଇଥିବା ଖୁଚୁରା ମୂଲ୍ୟର .୭୫ ପ୍ରତିଶତ ସମାନ କ୍ରେଡିଟ୍ ପାଇବାକୁ ଯୋଗ୍ୟ ହେବ। ଯାହାଦ୍ୱାରା ପାର୍ଟସ ଉପରେ ଆମଦାନୀ ଶୁଳ୍କର ଭରଣା ହୋଇପାରିବ। ଆମେରିକା ସରକାର ଇଞ୍ଜିନ ଉତ୍ପାଦନ ଏବଂ ଆମେରିକାର ମଧ୍ୟମ ଏବଂ ଭାରୀ-ଡ୍ୟୁଟି ଟ୍ରକ୍ ଉତ୍ପାଦନ ପାଇଁ .୭୫ ପ୍ରତିଶତ କ୍ରେଡିଟ୍ ବୃଦ୍ଧି କରୁଛନ୍ତି।

ନୂଆ ଶୁଳ୍କ ସମସ୍ତ କ୍ଲାସ୍- ଓ କ୍ଲାସ - ଟ୍ରକକୁ କଭର୍ କରିବ। ଯେଉଁଥିରେ ବଡ଼ ପିକ୍-ଅପ୍ ଟ୍ରକ୍, ମୁଭିଂ ଟ୍ରକ୍, କାର୍ଗୋ ଟ୍ରକ୍, ଡମ୍ପ ଟ୍ରକ୍ ଏବଂ ୧୮ ଚକିଆ ଯାନ ପାଇଁ ଟ୍ରାକ୍ଟର ଅନ୍ତର୍ଭୁକ୍ତ ରହିଛି।

ଆମେରିକା ଚାମ୍ବର ଅଫ୍ କମର୍ସ ପୂର୍ବରୁ ଟ୍ରମ୍ପଙ୍କୁ ନୂଆ ଟ୍ରକ୍ ଶୁଳ୍କ ଲାଗୁ ନକରିବାକୁ ଅନୁରୋଧ କରିଥିଲା। କାରଣ ଆମେରିକାର ପ୍ରମୁଖ ପାଞ୍ଚ ଆମଦାନୀ ଉତ୍ସ ହେଉଛି ମେକ୍ସିକୋ, କାନାଡା, ଜାପାନ, ଜର୍ମାନୀ ଏବଂ ଫିନଲ୍ୟାଣ୍ଡ। ଏମାନେ ସମସ୍ତେ ଆମେରିକାର ସହଯୋଗୀ କିମ୍ବା ନିକଟତର ଅଂଶୀଦାର ଏବଂ ଆମେରିକାର ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି କରନ୍ତି ନାହିଁ। ତେଣୁ ଏଗୁଡ଼ିକ ଉପରେ ଶୁଳ୍କ  ନ ଲଦିବାକୁ କହିଥିଲା। ଟ୍ରମ୍ପ ଏକଥାକୁ ଭୃକ୍ଷେପ ନ କରି ୨୫% ଶୁଳ୍କ ଲଗାଇଛନ୍ତି।