LIVE TV

ୟୁକ୍ରେନକୁ ଆମେରିକାର ଖୋଲାଖୋଲି ସମର୍ଥନ , ପୁଟିନଙ୍କୁ ଚକମା ଦେବାକୁ ଟ୍ରମ୍ପଙ୍କ ଜୋରଦାର ପ୍ଲାନିଂ

NEWS7
trump administration

ନୂଆଦିଲ୍ଲୀ : କାଲିସୁଦ୍ଧା ଆମେରିକା ଶାନ୍ତିର ତିଣ୍ଡିମ ପିଟୁ ଥିଲା। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରୁ କୌଣସି ସ୍ଥିତିରେ ବନ୍ଦ କରିବାର ଦାବି କରୁଥିଲା। ଏବେ ସେ ଏହି ନୀତିରୁ ପଛକୁ ହଟିବାର ନଜର ଆସୁଛି। ଆମେରିକା ରୁଷ୍‌-ୟୁକ୍ରେନ୍‌ ସଂଘର୍ଷକୁ ନୂଆ ମୋଡ ଦେବାରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ସେ ୟୁକ୍ରେନକୁ ରୁଷ୍‌ ବିରୋଧରେ ଲଢେଇରେ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ସଂକଳ୍ପ ନେଇ ସାରିଛି। ଦ ୱାଲ ଷ୍ଟ୍ରିଟ୍‌ ଜର୍ନାଲ ବିଶ୍ୱସନୀୟ ସୂତ୍ରାନୁସାରେ ଖବର ଦେଇଛି ଯେ, ଆମେରିକା ଏବେ ୟୁକ୍ରେନକୁ ରୁଷ୍‌ର ଶକ୍ତି ଭିତ୍ତିଭୂମି ଉପରେ ମିସାଇଲ ଆକ୍ରମଣ ପାଇଁ ଜରୁରୀ ଗୁଇନ୍ଦା ସୂଚନା ପ୍ରଦାନ କରିବ। ଖବରକାଗଜର ବୁଧବାର ରିପୋର୍ଟ ଅନୁସାରେ ,ଟ୍ରମ୍ପ ପ୍ରଶାସନ ୟୁକ୍ରେନ ସହ ଲକ୍ଷ୍ୟ ଉପରେ ଟାର୍ଗେଟ୍‌ କରିବାର ଡାଟା ସେୟାର କରିବାକୁ ମଞ୍ଜୁରୀ ଦେଇଛି।

ୱାଲ୍ ଷ୍ଟ୍ରିଟ୍‌ ଜର୍ନାଲ ଅନୁସାରେ, ଏହି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଚୁକ୍ତିନାମା ଦ୍ୱାରା ପେଣ୍ଟାଗନ ଓ ଆମେରିକା ଗୁଇନ୍ଦା ସଂସ୍ଥାର କିଭ୍‌କୁ ରୁଷ୍‌ର ତୈଳ ବିଶୋଧନାଗାର , ପାଇପଲାଇନ ଏବଂ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିବାରେ ସହଯୋଗ କରିବାର ଅଧିକାର ମିଳିଯାଏ। ଏହି ସୁବିଧା କ୍ରେମଲିନ୍‌କୁ ୟୁକ୍ରେନ ବିରୋଧରେ ଜାରି ରକ୍ତାକ୍ତ ସଂଘର୍ଷ ପାଇଁ ଆବଶ୍ୟକ ଆର୍ଥିକ ଉତ୍ସ ଓ ରାଜ୍ୟସ୍ୱ ଉପଲବ୍ଧ କରାଇଥାଏ। ସୂତ୍ରରୁ ପ୍ରକାଶ ଯେ, ଆମେରିକୀୟ ଅଧିକାରୀମାନେ ନାଟୋର ସହଯୋଗୀ ଦେଶ ଗୁଡିକୁ ମଧ୍ୟ ଅନୁରୋଧ କରିଛନ୍ତି ଯେ କିଭ୍‌କୁ ଏହି ପ୍ରକାରର ସହାୟତା ପ୍ରଦାନ କରନ୍ତୁ। ଏହା ବ୍ୟତୀତ, ଆମେରିକା ୟୁକ୍ରେନକୁ ଟମହାକ୍‌ କ୍ରୁଜ୍‌ ମିସାଇଲ ଓ ବାରାକୁଡା ଭଳି ଅସ୍ତ୍ରର ସପ୍ଲାଇ ଉପରେ ମଧ୍ୟ ବିଚାର କରୁଛି, ହେଲେ ଏହି ସମ୍ୱନ୍ଧରେ ଏବେ ଅନ୍ତିମ ନିଷ୍ପତ୍ତି ହୋଇ ନାହିଁ।

ଜାତିସଂଘରେ ରୁଷ୍‌ର ସ୍ଥାୟୀ ଦୂତ ବସିଲି ନେବେଞ୍ଜ୍ୟା ୧ ଅକ୍ଟୋବରରେ ଚେତାବନୀ ଦେଇଥିଲେ ଯେ, ଯଦି ଆମେରିକା କିଭ୍‌ ସରକାରକୁ ଟମ୍‌ହାକ୍‌ କ୍ରୁଜ୍‌ ମିସାଇଲ ଯୋଗାଇବାକୁ ନିଷ୍ପତ୍ତି ନିଏ , ତ ମସ୍କୋ ଏହାର ଉଚିତ୍‌ ଜବାବ ଦେବ। ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ ଚଳିତ ସପ୍ତାହର ଆରମ୍ଭରେ କହିଥିଲେ , ୟୁକ୍ରେନ ପାଇଁ ସମ୍ଭାବିତ ଆମେରିକୀୟ ଟମହାକ ମିସାଇଲର ମାମଲା ଏବେ ସ୍ଥିର ହୋଇ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ, କ୍ରେମଲିନକୁ ପୂର୍ଣ୍ଣ ବିଶ୍ୱାସ ଯେ, ଯଦିଓ ୟୁକ୍ରେନରେ ଟମହାକ୍‌ ମୁତୟନ କରାଯାଏ, ତେବେ ସେମାନେ ସାମରିକ ଦୃଶ୍ୟପଟକୁ କୌଣସି ପ୍ରକାରେ ପ୍ରଭାବିତ କରିବେ ନାହିଁ। କହି ରଖୁଛୁ କି, ଟମହାକ୍‌ ମିସାଇଲର ରେଞ୍ଜ ୧୫୦୦ ମାଇଲ ସୁଦ୍ଧା ରହିଛି, ଯାହା ଦ୍ ମସ୍କୋ ମଧ୍ୟ ୟୁକ୍ରେନର ପରିସରରେ ସହଜରେ ଆସିପାରେ।