ସରକାରଙ୍କ ବଡ଼ ପଦକ୍ଷେପ, ଏଣିକି ପ୍ରଶାସନିକ କାମରେ ବ୍ୟବହାର ହେବ ସ୍ୱଦେଶୀ ଇମେଲ୍

NEWS7
trends-indias-largest-fashion-destination-now-opens-in-jaleswar-town

ଭୁବନେଶ୍ୱର ୧୦।୦୧: ଓଡିଶା ପ୍ରଶାସନରେ ଆରମ୍ଭ ହେବ ନୂଆ ଯୁଗ । ଡିଜିଟାଲ ଗଭର୍ଣ୍ଣସରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ପ୍ରଶାସନିକ କାମରେ ବ୍ୟବହାର ହେବ ସ୍ବଦେଶୀ ଇମେଲ । ଯାହାକୁ ଡେଭଲପ କରିଛି ଓକାକ । କେବଳ ମେଲ ନୁହେଁ ଭିଡିଓ କଂଫ୍ରେସ ପାଇଁ ବି ଆଳାପ ନାମରେ ଏକ ସ୍ବଦେଶୀ ସିଷ୍ଟମକୁ ଡେଭଲପ କରିଛି ଓକାକ । ଯାହାକୁ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।ଏହା ଦ୍ୱାରା ସରକାରୀ ସମସ୍ତ ତଥ୍ୟ ସୁରକ୍ଷୀତ ରହିବ । ଏହାର ଡାଟା ସେଣ୍ଟର ଓଡ଼ିଶାରେ ରହିବ। ବ୍ଲକ, ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଯାଏଁ ସମସ୍ତ ଅଧିକାରୀ ଏହାକୁ ବ୍ୟବହାର କରିବେ । ଏନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବଙ୍କ ସହ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ । ରାଜ୍ୟର ସମସ୍ତ ଅଧିକାରୀଙ୍କୁ @odisha.Gov.in ରେ ମେଲ ଆଇଡି ବନେଇବାକୁ ନିର୍ଦ୍ଦେଶ । ସରକାରି ବୈଠକ ଆଳାପ ନାମକ ଭିଡିଓ କଂଫ୍ରେନସିଂ ସିଷ୍ଟମ ଡେଭଲପ କରାଯାଇଛି । ପୂରୁଣା କାଗଜ ଡାଏରୀ ବଦଳରେ ଇ-ଡାଏରୀ ବ୍ୟବହାର କରାଯିବ । ଅଧିକାରୀ ମାନେ ରୁଟିନ କାର୍ଯ୍ୟସୂଚୀ ପ୍ରଦାନ କରିବେ । ଅଧିକାରୀ ମାନେ ସ୍ମାର୍ଟ ଫୋନରେ ମଧ୍ୟ ସହଜରେ ଏହାକୁ ବ୍ୟବହାର କରିପାରିବେ । ଓକାକ ପକ୍ଷରୁ 2 ଟି help desk ରହିବ । ଏହା ଦ୍ୱାରା ଡାଟା ସୁରକ୍ଷିତ ରହିବା ସହ ଅନ୍ୟ ହୋଷ୍ଟିଂ ପ୍ଲାଟଫର୍ମ ଉପରେ ନିର୍ଭର କରବାକୁ ପଡ଼ିବନି।