News7 Logo

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ; ଜଣେ ମୃତ, ଜଣେ ଗୁରୁତର

NEWS7
sea

ପୁରୀ: ସମୁଦ୍ର ସ୍ନାନ ବେଳେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ବେଳେ ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ପର୍ଯ୍ୟଟକ ଜଣକ ହେଉଛନ୍ତି ସାହିଲ୍ ଖାନ୍। ‌

ଆଜି ଅପରାହ୍ନରେ ସାଙ୍ଗମାନଙ୍କ ସହ ଏହି ଦୁଇଜଣ ପର୍ଯ୍ୟଟକ ଚକ୍ରତୀର୍ଥ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟରେ ପଡି ଯାଇଥିଲେ । ଗଭୀର ସମୁଦ୍ର ଭିତରକୁ ଚାଲି ଯିବାରୁ ସେମାନଙ୍କୁ ଉଦ୍ଧାର କରିବା ମୁସ୍କିଲ୍ ହୋଇପଡିଥିଲା । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳକୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।