LIVE TV

ମୁଳପୋଛ ହୋଇପାରିଥାନ୍ତେ ୨୬/୧୧ ମୁମ୍ବାଇ ଆକ୍ରମଣର Top ଆତଙ୍କୀ ନେତା, ସୁଯୋଗ ହାତଛଡା କରିଛି ଭାରତ

NEWS7
gfx

ଇସ୍ଲାମାବାଦ/ନୂଆଦିଲ୍ଲୀ ୧୨।୧୦: ଭାରତର ଜନୈକ ଶୀର୍ଷ ଗୁଇନ୍ଦା ଅଧିକାରୀ ୨୬/୧୧ମୁମ୍ବାଇ ଆକ୍ରମଣ ଉପରୁ ପର୍ଦ୍ଦା ହଟାଇ କହିଛନ୍ତି ଯେ ଭାରତ ନିକଟରେ ପରେ ପାକ୍ ଆତଙ୍କୀ ନେଟୱାର୍କକୁ ମୁଳପୋଛ କରିବାର ବହୁତ ବଡ଼ ସୁଯୋଗ ଥିଲା। ହେଲେ ନୂଆଦିଲ୍ଲୀ ପାକିସ୍ତାନସ୍ଥିତ ଶୀର୍ଷ ଆତଙ୍କବାଦୀ ନେତୃତ୍ୱକୁ ସମାପ୍ତ କରିବାର ଏକ ଦୁର୍ଲଭ ଅପରେସନାଲ ସୁଯୋଗକୁ ହାତ ଛଡା କରିଥିଲା। ଏହି ଅଧିକାରୀ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଭାରତର ପ୍ରତିକ୍ରିୟା ମୂଲ୍ୟାଙ୍କନକାରୀ ଟିମ୍ ଅଂଶବିଶେଷ ଥିଲେ। 

ଏହି ଟିମ୍ ଆକଳନ କରିଥିଲା ଯେ ଯଦି ଭାରତ ଆକ୍ରମଣ କରେ ପାକିସ୍ତାନ ଏହାର ଜବାବରେ ବଡ଼ ଧରଣର ଆକ୍ରମଣ କରିବା ପରିସ୍ଥିତିରେ ନାହିଁ ଓ ଉତ୍ତେଜନା ବଢିବା କାରଣରୁ ବର୍ତ୍ତିବା ଲାଗି ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୌୟବା ଟପ ଲିଡର୍ସଙ୍କ ବଳିଦାନ ନିମନ୍ତେ ପ୍ରସ୍ତୁତ ଥିଲା। ‘ସଣ୍ଡେ ଗାର୍ଡିଆନ’ ରିପୋର୍ଟରେ ଅଧିକାରୀ କହିଛନ୍ତି ଯେ ଭାରତୀୟ ଗୁଇନ୍ଦା ଏଜେନ୍ସୀଙ୍କ ପକ୍ଷରୁ ପୁରା ଅପରେସନାଲକୁ ମଞ୍ଜୁରୀ ମିଳିଯାଇଥିଲା। ଅନ୍ୟପଟେ ପାକିସ୍ତାନ ପଟୁ ଉତ୍ତେଜନା ବଢିବାର କମ୍ ସମ୍ଭାବନା ଥିଲା ବୋଲି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ଆମେ ଆମ ପକ୍ଷରୁ ସମ୍ପୂର୍ଣ୍ଣ ମଞ୍ଜୁରୀ  ଦେଇସାରିଥିଲୁ। ଆମେ ସେହି ସବୁ ସୂଚନା ପ୍ରଦାନ କରିଥିଲୁ ଯାହା ଆମକୁ ଯୋଗାଡ କରିବାର ଆବଶ୍ୟକତା ଥିଲା। ଆମ ଆକଳନ ଅନୁସାରେ ଉଚ୍ଚସ୍ତରୀୟ ମାନବୀୟ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନ ପାରମ୍ପରିକ ଯୁଦ୍ଧ ଲାଗି ସୈନ୍ୟ, ସଂସାଧନ ଓ ଆର୍ଥିକ ରୂପେ ପ୍ରସ୍ତୁତ ନଥିଲା। କିନ୍ତୁ ସେମାନେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଲେ ଜବାବୀ କାର୍ଯ୍ୟାନୁଷ୍ଠାନ ଲାଗି ମାନସିକ ରୂପେ ପ୍ରସ୍ତୁତ ଥିଲେ ଓ ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଁଥିଲେ। ତେବେ ରିପୋର୍ଟରେ ସେହି ଅଧିକାରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।

କାର୍ଯ୍ୟାନୁଷ୍ଠାନର ଦୁର୍ଲଭ ସୁଯୋଗ ହରାଇଥିଲା ଭାରତ: ଅଧିକାରୀ
ଅଧିକାରୀଙ୍କ ଅନୁସାରେ ଉଚ୍ଚସ୍ତରୀୟ ମାନବୀୟ ଗୁଇନ୍ଦା ରିପୋର୍ଟରେ ପାକିସ୍ତାନର ସୈନ୍ୟ, ଆର୍ଥିକ ଓ କୁଟନୈତିକ ଦୁର୍ବଳତା ପୁଷ୍ଟି କରାଯାଇଥିଲା। ସେ କହିଛନ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନୂଆ ଦିଲ୍ଲୀର ମଧ୍ୟ ପୁରା ମଞ୍ଜୁରୀ ଥିଲା ଓ ଆକଳନରୁ ଜଣାପଡିଥିଲା ଯେ ଇସ୍ଲାମାବାଦ ସୀମିତ ଜବାବୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତୁତ ଥିଲା ଓ ଆକ୍ରମଣ ଆଶଙ୍କାରେ ନୂଆଦିଲ୍ଲୀକୁ ଡରି ରହିଥିଲା। ଅଧିକାରୀଙ୍କ ଅନୁସାରେ ଉଚ୍ଚସ୍ତରୀୟ ମାନବୀୟ ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନର ନା ତ ସଂସାଧନ ଥିଲା ନା ମନବୈଜ୍ଞାନିକ ରୂପେ ଯୁଦ୍ଧ ଲାଗି ପ୍ରସ୍ତୁତ ଥିଲା। ଏଣୁ ଭାରତର ସବୁ ଗୁଇନ୍ଦା ଏଜେନ୍ସୀ ‘ଅପରେସନାଲ କ୍ଲିୟରାନ୍ସ’ ଦେଇସାରିଥିଲେ, ତେବେ ଶେଷ ନିଷ୍ପତ୍ତି ରାଜନୈତିକ ନେତୃତ୍ୱଙ୍କ ଉପରେ ଥିଲା।

ସେ କହିଛନ୍ତି ଯେ ଆମେ ଆମର ପୁରା ରିପୋର୍ଟ ଦେଇ ଦେଇଥିଲୁ ଓ ଇନପୁଟ ସେୟାର କରି କହିଥିଲୁ ଯେ ପାକିସ୍ତାନ ସାମରିକ ରୂପେ ଦୁର୍ବଳ ଅଛି। ସେ କେବଳ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ସହନ କରିପାରିଥାନ୍ତା, ହେଲେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲା। ଅଧିକାରୀଙ୍କ ଅନୁସାରେ ପାକିସ୍ତାନ ଭିତରେ ମଧ୍ୟ ଏହା ଚର୍ଚ୍ଚା ହେଉଥିଲା ଯେ ଭାରତ ଯଦି କେବଳ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ୍ କରେ ତ ସେମାନେ ସହିଯାଇଥାନ୍ତେ, କାରଣ ସେମାନେ କୌଣସି ବଡ଼ ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଁଥିଲେ।

କୁଖ୍ୟାତ ଆତଙ୍କାବାଦୀଙ୍କୁ ନେଇ ଥିଲା ସଠିକ ସୂଚନା
‘ସଣ୍ଡେ ଗାର୍ଡିୟାନ’ ରିପୋର୍ଟ ଅନୁସାରେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ଆକ୍ରମଣର ପ୍ରାରମ୍ଭିକ ସପ୍ତାହରେ ମସୁଦ ଅଜହର ଓ ଲସ୍କର-ଏ-ତୌୟବାର ଅନେକ ଟପ୍ ଆତଙ୍କବାଦୀଙ୍କ ଲୋକେସନ ଟ୍ରାକ ହୋଇସାରିଥିଲା। ଏହି ସମୟରେ ପାକିସ୍ତାନ ଜାଣିଶୁଣି ଆତଙ୍କବାଦୀଙ୍କ ଅସାଧାରଣ ମୁଭମେଣ୍ଟକୁ ଦେଖାଇଥିଲା, ଯାହା ଦ୍ୱାରା ଭାରତକୁ ସଂକେତ ମିଳିବ ଯେ ଆମେ ସେମାନଙ୍କୁ ବଳିଦାନ କରିବାକୁ ରାଜି।

ଅଧିକାରୀଙ୍କ ଅନୁସାରେ ସେମାନେ ଜାଣୁଥିଲେ ଯେ ଆମେ ତାଙ୍କୁ ଦେଖୁଛୁ। ଏହା ସତ୍ତ୍ୱେ ସେମାନେ ଜାଣିଶୁଣି କିଛି ଆତଙ୍କବାଦୀଙ୍କୁ ଖୋଲାଖୋଲି ମୁଭ କରାଉଥିଲେ, ଯାହାଦ୍ୱାରା ଆମେ କାର୍ଯ୍ୟାନୁଷ୍ଠାନ କରିପାରିବା। ହେଲେ ଆମେ ପଦକ୍ଷେପ ନେଇ ନଥିଲୁ। ଏହା ସ୍ପଷ୍ଟ ସଂକେତ ଥିଲା ଯେ ପାକିସ୍ତାନୀ ସୈନ୍ୟ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ଚାପ ଆଗରେ କିଛି ‘ଆସେଟସ୍’ ହରାଇବାକୁ ପ୍ରସ୍ତୁତ ଥିଲା। ହେଲେ ଭାରତ ପକ୍ଷରୁ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ସୁଯୋଗ ହତଛଡା ହୋଇଗଲା।