ଫାଇନାଲ୍‌ରେ ପହଞ୍ଚି ନପାରିବାରୁ ମନୁ ଭାକରଙ୍କୁ ଟ୍ରୋଲ୍‌ କଲେ ଲୋକେ, ଏମିତି ଜବାବ ଦେଲେ ହୀନା ସିଦ୍ଧୁ

Published By : Prameya-News7 Bureau | July 25, 2021 IST

ଟୋକିଓ ୨୫/୭: ଭାରତୀୟ ସୁଟର ମନୁ ଭାକରଙ୍କ ପିସ୍ତଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟୋକିଓ ଅଲିମ୍ପିକ୍‌ରେ ୧୦ ମିଟର ପିସ୍ତଲ ସୁଟିଂରେ ଫାଇନାଲ୍‌ରେ ପହଞ୍ଚିପାରି ନାହାନ୍ତି। ଦ୍ବିତୀୟ ସିରିଜ୍‌ରେ ପିସ୍ତଲ ଖରାପ ହେବାରୁ ମନୁଙ୍କ ୫ ମିନିଟ୍‌ ନଷ୍ଟ ହୋଇଥିଲା। ଯାହାକି ଏକାଗ୍ରତା ଭଙ୍ଗ କରିବାକୁ ପର୍ଯ୍ୟାପ୍ତ ଥିଲା। ମନୁ ଫାଇନାଲରେ ସାମାନ୍ୟ ଅନ୍ତର ଯୋଗୁଁ ପହଞ୍ଚି ନପାରିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଉଛି । ଏମିତି ଦେଖିବା ପରେ ଅଲିମ୍ପିକ୍‌ରୁ ବାଦ ପଡ଼ିଥିବା ପିସ୍ତଲ ସୁଟର ହୀନା ସିଦ୍ଧୁ ମନୁଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ମନୁ ଚାପର ସାମ୍ନା କରିପାରିଲେ ନାହିଁ ବୋଲି ଯେଉଁ ଲୋକେ ଲେଖୁଛନ୍ତି ମୁଁ ଏତିକି ଜାଣିଛି ଯେ ପିସ୍ତଲ ଖରାପ ହେବା ଯୋଗୁଁ ତାଙ୍କର କେତେ ସମୟ ନଷ୍ଟ ହୋଇଛି। ସେ ଚାପ ଆଗରେ ହାର ମାନିନାହାନ୍ତି ବରଂ ତାର ସାମ୍ନା କରି ଭଲ ପ୍ରଦର୍ଶନ କରିଛନ୍ତି।’

wp:embed {"url":"https://twitter.com/HeenaSidhu10/status/1419124509638987777","type":"rich","providerNameSlug":"twitter","responsive":true,"className":""}
https://twitter.com/HeenaSidhu10/status/1419124509638987777
/wp:embed

 ସେ ଆହୁରି ଲେଖିଛନ୍ତି,‘ ୩୪ ମିନିଟ୍‌ରୁ କମ୍‌ ସମୟରେ ୫୭୫ ସ୍କୋର କରିବା ଦର୍ଶାଉଛି ସେ ମାନସିକ ସ୍ତରରେ ସେ କେତେ ଦୃଢ଼ ଥିଲେ। ଖେଳାଳିଙ୍କୁ ପଏଣ୍ଟ ଆଧାରରେ ମାପିବା ବନ୍ଦ କରନ୍ତୁ। ମନୁ ଏବଂ ଦେଶଓ୍ବାଲ୍‌ ଦୁଇ ଜଣ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ମିକ୍ସ ଟିମ୍‌ରେ ସେମାନେ ଆହୁରି ଭଲ କରିବେ।’ ତେବେ ହୀନାଙ୍କ ସ୍ବାମୀ ରୌନକ ପଣ୍ଡିତ ଭାରତୀୟ ପିସ୍ତଲ ଟିମ୍‌ର ପ୍ରଶିକ୍ଷକ ଅଛନ୍ତି।

{"id":485626,"width":663,"height":445,"sizeSlug":"large","linkDestination":"none"}
amarujala (ହୀନା ସିଦ୍ଧୁ)

ମନୁଙ୍କ ବାପା ରାକମିଶନ ଭାକର ଏବଂ ଭାରତୀୟ  ନ୍ୟାସନାଲ୍‌ ରାଇଫଲ୍‌ ସଂଘର ଅଧିକାରୀ କହିଛନ୍ତି ମନୁଙ୍କ ପିସ୍ତଲର ଇଲେକଟ୍ରୋନିକ୍‌ ଟ୍ରିଗରରେ ତ୍ରୁଟି ଥିଲା। ଏହାକୁ ଠିକ୍‌ କରିବା ପରେ ସେ ଫେରିଥିଲେ କିନ୍ତୁ ତାଙ୍କର ଲକ୍ଷ୍ୟ ବିଗିଡ଼ିଯାଇଥିଲା । ପ୍ରଥମ ସିରିଜ୍‌ରେ ୯୮ ସ୍କୋର କରିବା ପରେ ୯୫, ୯୪ ଏବଂ ୯୫ ସ୍କୋର କରିଥିଲେ। ଏହା ସହ ସେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ। ପଞ୍ଚମ ସିରିଜ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଷଷ୍ଠ ଏବଂ ଶେଷ ସିରିଜ୍‌ରେ ଟପ୍‌ ୮ରେ ସ୍ଥାନ ସଂଗ୍ରହ କରିପାରିଲେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.