Live Live
LIVE

ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁ ସାଉଦୀଆରବରେ ଫଶିଛନ୍ତି ଲକ୍ଷଲକ୍ଷ ହଜ ଯାତ୍ରୀ, ଯାଇଥିଲେ ରମଜାନରେ ଉମରାହ କରିବାକୁ

NEWS7
todays-prediction-351

ଜେଦ୍ଦା ୭।୩: ମଧ୍ୟପ୍ରାଚ୍ୟରେ ଇରାନ, ଇସ୍ରାଏଲ-ଆମେରିକା ଯୁଦ୍ଧ ବିଶ୍ୱରେ ମୁସଲମାନଙ୍କ ଚିନ୍ତା ବଢେଇ ଦେଇଛି। ଖାସ କରି ରମଜାନ ମାସରେ ଉମରାହ କରିବାକୁ ଯାଇଥିବା ଲକ୍ଷଲକ୍ଷ ମୁସଲମାନ ଏବେ ସାଉଦୀ ଆରବରେ ଫଶି ରହିଛନ୍ତି। ଯୁଦ୍ଧ ଯୋଗୁ ଯାତ୍ରା ଠପ ହୋଇଯାଇଛି। ଏଣୁ ଅଟକି ରହିଥିବା ଲୋକେ ଏବେ ଘରକୁ ଫେରିବା ପାଇଁ ଚିନ୍ତାରେ ପଡି ଯାଇଛନ୍ତି। କେବଳ ଯାତ୍ରା ଲାଗି ନୁହେଁ ବରଂ ଆସ୍ଥା ଓ ସୁରକ୍ଷା ଲାଗି ମଧ୍ୟ ଏହା ସଂକଟ ସୃଷ୍ଟି କରିଛି। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଇଣ୍ଡୋନେସିୟା।

ବିଶ୍ୱରେ ଇଣ୍ଡୋନେସିୟା ସବୁଠୁ ବଡ଼ ମୁସଲମାନ ଦେଶ। ଉପମନ୍ତ୍ରୀ ଦହନିଲ ଅଞ୍ଜର ସିମନଜନ୍ତକଙ୍କ ଅନୁସାରେ ୫୮,୮୬୦ରୁ ଅଧିକ ଇଣ୍ଡୋନେସିୟ ତୀର୍ଥ ଯାତ୍ରୀ ସାଉଦୀ ଆରବରେ ଅଟକି ରହିଛନ୍ତି। ଏ ନେଇ ସରକାର ସାଉଦୀ ଅଧିକାରୀ ଓ ଏୟାରଲାନ୍ସଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯାହା ଦ୍ୱାରା ଅତିରିକ୍ତ ହୋଟେଲ ଓ ଉଡାଣ ଖର୍ଚ୍ଚ କମ ହୋଇ ପାରିବ। ଏହା ଛଡା ୬୦,୦୦୦ରୁ ଅଧିକ ଲୋକେ ଏପ୍ରିଲରେ ଉମରାହ ଟାଳିବାକୁ ନିବେଦନ କରିଛନ୍ତି।

ସେହିପରି ମାଲେସିୟାର ୧,୬୦୦ ଉମରାହ ଯାତ୍ରୀ ଫଶି ରହିଛନ୍ତି। ଜେଦ୍ଦାରେ ମାଲେସିୟା ମହାବାଣିଜ୍ୟ ଦୂତ ମହମଦ ଦଜରାଫ ରଜା ଅବଦୁଲ କାଦିର ସବୁଯାତ୍ରୀ ସୁରକ୍ଷିତ ଥିବା କହିଛନ୍ତି। ମାଲେସିୟା ଏୟାରଲାଇନ୍ସ ଜେଦ୍ଦା ଓ ମଦିନାରୁ ଅସ୍ଥାୟୀ ପ୍ରତ୍ୟାବର୍ତ୍ତନ ଉଡାଣ ଆରମ୍ଭ କରିଛି। ସରକାର କୂଟନୈତିକ ମିସନଙ୍କ ସହ ମିଶି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସଂକଟ ସବୁ ଦେଶର ଯାତ୍ରୀଙ୍କୁ ଅଲଗା ଅଲଗା ସମସ୍ୟାରେ ପକାଇଛି। ଇଜିପ୍ଟର ୪୪ ବର୍ଷ ବୟଷ୍କ ମାଜେଦ ଖଲୌଫ ଫ୍ଲାଇଟ ବାତିଲ ହେବା କାରଣରୁ ସଡ଼କ ମାର୍ଗରେ କ୍ୱେତ ଯାଇ ସେଠାରୁ ଘରକୁ ଫେରିଛନ୍ତି।

ରମଜାନରେ ଉମରାହର ଗୁରୁତ୍ୱଉମରାହ ବର୍ଷତମାମ କରାଯାଇ ପାରିବ। ହେଲେ ରମଜାନ ମାସରେ ଉମରାହ କରିବାର ଭିନ୍ନ ମହତ୍ୱ ରହିଛି। ଏଣୁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷଲକ୍ଷ ମୁସଲମାନ ରମଜାନ କାଳରେ ଉମରାହ କରିବାକୁ ସାଉଦୀ ଆରବ ପହଞ୍ଚିଥାନ୍ତି। ଉପସାଗରୀୟ କ୍ଷେତ୍ରର ବିମାନ ବନ୍ଦର ଏସିୟା, ଆଫ୍ରିକା ଓ ୟୁରୋପକୁ ସଂଯୁକ୍ତ କରୁଛି। ଏଣୁ ଯୁଦ୍ଧ ଯୋଗୁ ଉଡାଣ ବାତିଲ ହେବାରୁ ସାରା ବିଶ୍ୱ ପ୍ରଭାବିତ ହୋଇଛି। ଅନେକ ଦେଶର ହଜ ଯାତ୍ରୀ ଏବେ ସାଉଦୀରେ ଫସି ରହିଛନ୍ତି। ଲୋକଙ୍କ ଖର୍ଚ୍ଚ ବଢିଚାଲିଥିବା ବେଳେ ଆସ୍ଥା ଉପରେ ଏବେ ସଂକଟ ସୃଷ୍ଟି ହୋଇଛି।

Also Read..
ପଡ଼ୋଶୀ ଉପରେ ଆକ୍ରମଣ ବନ୍ଦ କଲା ଇରାନ: କ୍ଷମା ମାଗିଲେ ରାଷ୍ଟ୍ରପତି ପେଜେଶ୍କିଆନ