'ଭାରତର ଅତିଥିଙ୍କ ଉପରେ ଆକ୍ରମଣ' : 'IRIS DENA' ଘଟଣାରେ ନୂଆଦିଲ୍ଲୀ କଥା ଉଠାଇଲେ ଇରାନ ମନ୍ତ୍ରୀ

NEWS7
toady-weather-forecast-no-rain-on-dussehra-odisha

ତେହରାନ, ୦୫ /୦୩: ଅନ୍ୟ ଦେଶକୁ ବ୍ୟାପିଲାଣି ମଧ୍ୟପ୍ରାଚ୍ୟର ଯୁଦ୍ଧ ନିଆଁ । ଇରାନ ଉପରେ ଘମାଘୋଟ ମିସାଇଲ ମାଡ଼ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଇରାନ ବି ପାଲଟା ଜବବା ଦେଉଛି । ଏହି ଯୁଦ୍ଧ ଧିରେ ଧିରେ ଏସିଆର ଅନ୍ୟ ଦେଶକୁ ମୁହାଁଇଲାଣି । ଭାରତ ମହାସାଗରରେ ତଥା ଶ୍ରୀଲଙ୍କା ନିକଟରେ ଇରାନର ଏକ ଯୁଦ୍ଧ ଜାହାଜକୁ ଆମେରିକା ଧ୍ୱଂସ କରିବା ପରେ ଏବେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି । ଭାରତ ମହାସାଗରରେ ଆମେରିକାର ଏପରି ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଇରାନ୍ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଗଚି ।

ଆବ୍ବାସ କହିଛନ୍ତି ଯେ, ଯୁଦ୍ଧପୋତ ଉପରେ ଆକ୍ରମଣ କରି ଆମେରିକା ଠିକ୍ କରିନି । ଶ୍ରୀଲଙ୍କା ନିକଟରେ ଆମେରିକାର ଏକ ବୁଡା ଜାହାଜ ଇରାନର ଆଇଆରଆଇଏସ ଡେନା ଉପରେ ଆକ୍ରମଣ କରିଛି । ଇରାନ ଉପକୂଳରୁ ଖୁବ୍ ଦୂରରେ ଅନ୍ତର୍ଜାତୀୟ ସମୁଦ୍ର ସୀମାରେ ୟୁଏସର ଅତ୍ୟାଚାର ବଢିବାରେ ଲାଗିଛି । ଏହି ଜାହାଜ ଭାରତୀୟ ନୌସେନାର ଅତିଥି ଥିଲା । ଯେଉଁଥିରେ ୧୩୦ ଜଣ ସଦସ୍ୟ ରହିଥିଲେ । ଏହାକୁ କୌଣସି ଚେତାବନୀ ସୂଚନା ଦିଆ ନଯାଇ ଆକ୍ରମଣ କରାଯାଇଛି ।

ରିପୋର୍ଟ ଅନୁସାରେ, ଇରାନର ଜାହାଜ ଆଇଆରଆଇଏସ ଡେନା ଭାରତର ସାମରିକ ଅଭ୍ୟାସ ମିଲନରେ ସାମିଲ ହୋଇଥିଲା । ଏହି ଅଭ୍ୟାସରେ ୪୨ଟି ଜାହାଜ ଏବଂ ୨୯ଟି ଯୁଦ୍ଧ ବିମାନ ସାମିଲ ହୋଇଥିଲେ । ପ୍ରାୟ ୭୪ଟି ଦେଶର ଯବାନ ଏଥିରେ ଅଂଶଗ୍ରହଣ କରିଥିଲେ । ବିଶାଖାପାଟନାମରେ ଯୁଦ୍ଧାଭ୍ୟାସ ସାରି ଏହା ଇରାନ ଫେରୁଥିଲା । ଯାହାକୁ ଆମେରିକା ନଷ୍ଟ କରିଦେଇଛି ।

ଗଣମାଧ୍ୟମ ରିପୋର୍ଚ ଅନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆମେରିକାର ବୁଡା ଜାହାଜ କେଉଁ ଏକ ଯୁଦ୍ଧ ଜାହାଜକୁ ଆକ୍ରମଣ କରି ବୁଡାଇ ଦେଇଛି । ଯେଉଁଥିରେ ୮୭ ଜଣ ପ୍ରାଣ ହରାଇଛନ୍ତି । ଆମେରିକାର ଏହି ପଦକ୍ଷେପକୁ ବିପଜ୍ଜନକ ବୋଲି କୁହାଯାଉଛି । ଯାହା ଆମେରିକା ପାଇଁ ଭଲ ହେବନି ବୋଲି ଇରାନ ଚେତାବନୀ ଦେଇ ସାରିଛି ।

ଅନ୍ୟ ଦିଗରେ ଘଟଣାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । କିନ୍ତୁ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶ ସୋସିଆଲ ମିଡିଆରେ ଘଟଣାକୁ ନିନ୍ଦା କରିଛନ୍ତି । ଏହା ଏକ କୁତ୍ସିତ କାର୍ଯ୍ୟ ବୋଲି ସେ ପୋଷ୍ଟ୍ କରିଛନ୍ତି । ଶ୍ରୀଲଙ୍କା ସରକାର ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିଜର ବାୟୁସେନା ଏବଂ ନୌସେନାକୁ ନିୟୋଜିତ କରିଛନ୍ତି ।