ଛତ୍ରପୁର ୨୬।୦୮ : ବିଲରେ କାମ କରୁଥିବା ବେଳେ ଅଘଟଣ । ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସରଭିମପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକମାନେ ସରଭିଂପୁର ଗ୍ରାମର କୁନି ଗୌଡ଼, ନିରୁପମା ଗୌଡ଼ ଓ ରାଉଳିବନ୍ଧ ଗାଁର ମିନି ଗୌଡ଼ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଛତ୍ରପୁର ବ୍ଲକ ସରଭିମପୁରରେ ବିଲରେ କାମ କରୁଥିଲେ ନଣନ୍ଦ ଭାଉଜ । ଏହି ସମୟରେ ହଠାତ୍ ମାରିଲା ବଜ୍ରାଘାତ । ଯେଉଁଥିରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ମହିଳା ସଂପର୍କରେ ନଣନ୍ଦ-ଭାଉଜ ହେବେ। ମୃତକ ଦୁଇ ଜଣ ହେଲେ କୁନି ଗୌଡ଼ ଓ ନିରୁପା ଗୌଡ଼ । ସେହିପରି ଗଞ୍ଜାମ ଜିଲ୍ଲା ରାଉଳିବନ୍ଧରେ ଘଟିଛି ସମାନ ଘଟଣା । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ମହିଳା ଗଞ୍ଜାମ ରାଉଳିବନ୍ଧ ଗାଁର ମିନି ଗୌଡ଼ ବୋଲି ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଆରଆଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।