ବିଶ୍ବର ମଙ୍ଗଳ ପାଇଁ ଏଆଇର ଭୂମିକା କ’ଣ ? ଜାତିସଂଘର ମହାସଚିବଙ୍କ ସହ ଆଲୋଚନା କଲେ ପିଏମ ମୋଦୀ

NEWS7
three-person-died-in-road-accident-at-bhadrak

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗୁଟେରେସ ଏଆଇ ସମ୍ମିଳନୀ ୨୦୨୬ ରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ପୂର୍ବରୁ ଗୁଟେରସ ବିଶ୍ୱର ମଙ୍ଗଳ ପାଇଁ ଏବଂ ମାନବଜାତି ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ ହ୍ରାସ କରିବା ପାଇଁ ଏଆଇ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ । ସେ ଦେଶଗୁଡ଼ିକୁ ଏକାଠି ହୋଇ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଅନ୍ତର୍ଜାତୀୟ ସହଯୋଗ କଷ୍ଟକର।

ସେ କହିଥି, ବିଶ୍ୱାସ ହ୍ରାସ ପାଇଛି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଉଛି। ସେପଟେ ଗୁଟେରସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ AI କ୍ଷେତ୍ରରେ ଜାତିସଂଘ କିପରି ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ସେହି ବିଷୟରେ ଆଲୋଚନା କରିଛୁ।

ଏକ ଉନ୍ନତ ବିଶ୍ୱ ପାଇଁ AI ବ୍ୟବହାର କରିବାର ଯେକୌଣସି ପ୍ରୟାସ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ମୋଦୀ । ଆମେ ଜାତିସଂଘ ସଂସ୍କାର ଉପରେ ଆମର ମତାମତ ମଧ୍ୟ ଶେୟାର କରିଛୁ ବୋଲି ଟ୍ବିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଗୁଟେରସ କହିଥିଲେ, ଜାତିସଂଘ ଏକ ବ୍ୟବହାରିକ ସ୍ଥାପତ୍ୟ ନିର୍ମାଣ କରୁଛି । ଏହା ବିଜ୍ଞାନକୁ AI ଉପରେ ଆନ୍ତର୍ଜାତୀୟ ସହଯୋଗର କେନ୍ଦ୍ରରେ ରଖିଛି ।

ସେ କହିଥିଲେ ଯେ, ଜ୍ଞାନର ବ୍ୟବଧାନ ପୂରଣ କରିବାକୁ ଏବଂ ସମାଜ ଉପରେ ଏଆଇର ପ୍ରକୃତ ପ୍ରଭାବ ଜାଣିବାକୁ ପ୍ୟାନେଲ୍ କାର୍ଯ୍ୟ କରିବ । ଏଆଇକୁ ବ୍ୟବହାର କରି ପ୍ରତିଟି ଦେଶ କିଭଳି ସ୍ପଷ୍ଟତା ସହ କାର୍ଯ୍ୟ କରିପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ।