ରାଜପାଲ ଜେଲରୁ ବାହାରିବା ନେଇ ମୁହଁ ଖୋଲିଲେ ପତ୍ନୀ, କହିଲେ-‘ସେ ଜେଲରେ ଠିକ୍‌ ଅଛନ୍ତି ’

NEWS7
three-kids-die-of-suspected-food-poisoning-after-eating-at-childrens-home

ନୂଆଦିଲ୍ଲୀ ୧୫।୦୨ : ବଲିଉଡ଼ ଅଭିନେତା ରାଜପାଲ ଯାଦବ ଗତ ୧୦ଦିନ ହେବ ତିହାଡ଼ ଜେଲରେ ବନ୍ଦ ଅଛନ୍ତି । ଏହି ମାମଲା ବହୁ ଚର୍ଚ୍ଚାରେ ଅଛି । ଏହା ମଧ୍ୟରେ ଗତ ଦିନରେ ଅଭିନେତାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସଲମାନ ଖାନଙ୍କ ତାରିଫ୍ କରୁଥିବା ନଜର ଆସିଥିଲେ । ଏହି ଭିଡ଼ିଓକୁ ସେୟାର କରି କେତେକ ଲୋକ ଲେଖିଥିଲେ କି ରାଜପାଲ ଯାଦବ ଜେଲରୁ ବାହାରି ଗଲେଣି । ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଥିଲା । ଏବେ ରାଜପାଲ ଯାଦବଙ୍କ ସ୍ତ୍ରୀ ଏହି ଖବର ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ଭାଇରାଲ ଖବରର ସତ୍ୟତା ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ-ରାଜପାଲ ଯାଦବଙ୍କୁ ମିଳିଲାନି ଜାମିନ; ସୋମବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ, ଆଉ ୪ ଦିନ ଜେଲ୍‌ରେ ରହିବେ ଅଭିନେତା

ପ୍ରକାଶ ଯେ, ଗତ ଦିନରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ରାଜପାଲ ଯାଦବ ଗାଡ଼ିରେ ବସିଛନ୍ତି ଏବଂ ମିଡ଼ିଆକୁ ପ୍ରତିକ୍ରିୟା ଦେଉଛନ୍ତି । ଏହି ସମୟରେ ସେ ଅସୁବିଧା ସମୟର କଥା କହୁଥିଲେ ଏବଂ ସଲମାନ ଖାନଙ୍କୁ ଧନ୍ୟବାଦ ଦେଉଥିଲେ । ଏଭଳି ସ୍ଥଳେ ଲୋକଙ୍କୁ ଲାଗିଥିଲା କି ସେ ଜେଲରୁ ବାହାରିଯାଇଛନ୍ତି। ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସତ୍ୟତା ଏହା ଥିଲା କି ଏହା ଏକ ପୁରୁଣା ଭିଡ଼ିଓ ଥିଲା ଯାହାକୁ ଲୋକ ଭାଇରାଲ କରିଦେଇଥିଲେ । ମାତ୍ର ଏବେ ଏହି କଥାର ସୂଚନା ରାଜପାଲଙ୍କ ସ୍ତ୍ରୀ ରାଧା ଯାଦବ ବି କରି ଦେଇଛନ୍ତି ।

ରାଧା ଯାଦବଙ୍କୁ ଏହି ବିଷୟରେ ପଚରାଯାଇଥିଲା ତ ସେ ଏହାକୁ ଫେକ୍ ଭିଡ଼ିଓ କହିଛନ୍ତି ଏବଂ କହିଥିଲେ କି ରାଜପାଲ ଯାଦବ ଏବେ ଜେଲରେ ଅଛନ୍ତି । ଏବେ ପର୍ଯ୍ୟନ୍ତ ତ ତିହାର ଜେଲରୁ ବାହାରକୁ ବାହାରି ନାହାନ୍ତି । ତାଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହେବ । ମୁଁ ଯେତିକି ଜାଣିଛି ସେ ଠିକ୍ ଅଛନ୍ତି । ସେହିଭଳି ଫିଲ୍ମ ଇଣ୍ଡଷ୍ଟ୍ରିରୁ ମିଳୁଥିବା ସପୋର୍ଟ ବିଷୟରେ କହିଛନ୍ତି କି , ଏହି ସମୟରେ ଆମର ପୂରା ପରିବାର ଏକ ସାଥିରେ ଅଛନ୍ତି । ଆମେ ତାଙ୍କ ଫ୍ୟାନ୍ସ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମିଳୁଥିବା ଭଲପାଇବା ଏବଂ ସପୋର୍ଟ ପାଇଁ ବହୁତ କୃତଜ୍ଞତା ।

ଅଧିକ ପଢନ୍ତୁ-ଅଜୟ ଦେବଗନଙ୍କଠାରୁ ଜାହ୍ନବୀ କପୁର ଯାଏଁ; ଭାରତର ଦମଦାର ବିଜୟରେ ଝୁମିଲା ବଲିଉଡ୍